pr

ଦ୍ୱୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୧୧ ତମ ଦ୍ୱୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ, ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ବିଶିଷ୍ଟ କବି ରାଜ କିଶୋର ସ୍ୱାଇଁ, ଆଇନଜୀବୀ ସଂଯୋଜ ସାମନ୍ତରାୟ, ଲକ୍ଷ୍ମୀକାନ୍ତ ସାହୁ, ଦିଲ୍ଲୀପ କୁମାର ଜେନା, ବଦ୍ରି ସାହୁ, ଦିଗ୍‌ବିଜୟ ହରିଚନ୍ଦନ ଯୋଗଦାନ କରି ପୂଜା ମଣ୍ଡପରେ ଆଧ୍ୟାତ୍ମିକ ସଂକଳ୍ପ କରିଥିଲେ । ଅନୁଷ୍ଠାନ ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଓଡ଼ିଶାର ପ୍ରାଚୀନ ମଣ୍ଡପ ଆଧ୍ୟାତ୍ମିକ ସାହିତ୍ୟର ପ୍ରାଣକେନ୍ଦ୍ର ବୋଲି ମତବ୍ୟକ୍ତ କରିଥିଲେ । ଆଧ୍ୟାତ୍ମିକ ସଂସ୍କୃତିକୁ ଜୀବନ୍ତ ରଖିବା ପାଇଁ ଦ୍ୱୈତ ନଗରୀ ଓଁକାର ସ୍ୱରୂପ ସମ୍ମାନ ପ୍ରଦାନ କରାଯାଇଛି ବୋଲି ବିଭିନ୍ନ ମଣ୍ଡପ କର୍ମକର୍ତ୍ତା ଏବଂ ଶ୍ରଦ୍ଧାଳୁଙ୍କ ନିକଟରେ ପ୍ରକାଶ କରିଥିଲେ । ଶତାଧିକ ପୂଜାମଣ୍ଡପ ଏବଂ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଟକ ନୂଆପଡ଼ାରେ ସର୍ବାଧିକ ମଣ୍ଡପ ସମ୍ବର୍ଦ୍ଧିତ ହୋଇଛନ୍ତି ।

nrusinghnath
Leave A Reply

Your email address will not be published.