pakka

ବଲାଙ୍ଗିର ଜଙ୍କସନ୍‌ଠାରେ ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଙ୍କସନ୍‌ଠାରେ ଚଳନ୍ତା ଟ୍ରେନରେ ପ୍ରସବ କରିଛନ୍ତି ଜଣେ ମହିଳା ବୋଲି ଖବର ମଳିଛି । ସୂଚନା ଅନୁସାରେ ରାୟଗଡାରୁ ସମ୍ବଲପୁର ଅଭିମୁଖେ ଫେରୁଥିବା ବେଳେ ଚଳନ୍ତା ଟ୍ରେନରେ ଜଣେ ମହିଳା ପ୍ରସବ କରିଛନ୍ତି । ଏନେଇ ଖବର ପାଇବା ପରେ ବଲାଙ୍ଗିର ଜଙ୍କସନ୍‌ଠାରେ ଷ୍ଟେସନ କର୍ତ୍ତୃପକ୍ଷ ଓ ଆର୍‌ପିଏଫ୍‌ ସହାୟତାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନିଆଯାଇଥିଲା । ମେଡିକାଲରେ ମା’ ଓ ନବଜାତ ଶିଶୁର ସ୍ୱାସ୍ଥ୍ୟ ଭଲ ରହିଥିବା ଜଣାପଡିଥିବା ବେଳେ ଏହି ଘଟଣା ପାଇଁ ବୁଧବାର ବିଳମ୍ବିତ ରାତ୍ରୀରେ ଟ୍ରେନକୁ ୪୩ ମିନିଟ ଅଟକିବାକୁ ପଡିଥିଲା ।

jay balangir
Leave A Reply

Your email address will not be published.

two × 2 =

error: Content is protected !!