csstore

ମୀରା ମହାକୁରଙ୍କୁ ମାଁ ମାହେଶ୍ୱରୀ ସେନା ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅନ୍ତର୍ଗତ ବୁର୍ଡା ଗ୍ରାମର ଶ୍ରୀଯୁକ୍ତ ଗୌରାଙ୍ଗ ମହାକୁରଙ୍କ ଝିଅ ମୀରା ମହାକୁର ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଏସ୍‌ଏସ୍‌ସି(ସିଆଇଏସ୍‌ଏଫ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜକୁ ଦେଶ ସେବାରେ ନିୟୋଜିତ କରି ଆମ ସମସ୍ତଙ୍କ ପାଇଁ ଗର୍ବ ଗୌରବ ବଢାଇବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ପ୍ରେରଣା ଦେଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ମାଁ ମାହେଶ୍ୱରୀ ସେନା ତରଫରୁ ବୁର୍ଡାସ୍ଥିତ ତାଙ୍କ ବାସଭବନରେ ଆଜି ସମ୍ବର୍ଦ୍ଧନା ସହ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଗଲା ଏବଂ ଅନୁଷ୍ଠାନ ପକ୍ଷରୁ ତାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ କାମନା କରାଯାଇଛଁ ।

jayashree
Leave A Reply

Your email address will not be published.