କିଡ଼ିନୀ ରୋଗରେ ପୀଡିତ ବାସୁଦେବ ନାୟକଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା କରାଇଲା ବଲାଙ୍ଗିରର ମାହେଶ୍ୱରୀ ସଂଗଠନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : “ସେବା ପରୋମଧର୍ମ” ଏହାକୁ ପାଥେୟ କରି ମାହେଶ୍ୱରୀ ସଂଗଠନ ତାର ସେବା କାର୍ଯ୍ୟ ଜାରି ରଖିଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ଉପରଝର ଗ୍ରାମର ବାସୁଦେବ ନାୟକ ନାମକ ଜଣେ ଯୁବକ ଦୀର୍ଘଦିନ ଧରି କିଡିନୀ ରୋଗରେ ଆକ୍ରାନ୍ତ ହୋଇ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇ ପାରୁନଥିବା ବେଳେ ମାହେଶ୍ଵରୀ ସଂଗଠନ ତରଫରୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲ ଠାରେ ତାଙ୍କୁ ଭର୍ତ୍ତି କରିବା ସହ ତାଙ୍କ ଡାଏଲିସିସ୍ କରାଯାଇଥିବା ଜଣାପଡିଛି । ସେ ଆଗକୁ କିପରି ଉପଯୁକ୍ତ ଚିକିତ୍ସା ପାଇବେ ତା’ର ମଧ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ସଂଗଠନର ସଦସ୍ୟ ଅଙ୍କୁଶ ପାଣ୍ଡିଆଙ୍କ ସହ ସଂଗଠନର ବହୁ କର୍ମକର୍ତ୍ତା ସାମିଲ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.