csstore

ମା’ ରମାଦେବୀଙ୍କ ୧୨୫ତମ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବେରବୋଇ ସ୍ଥିତ କସ୍ତୁରିବା ଗାନ୍ଧୀ ସେବା କେନ୍ଦ୍ର ପକ୍ଷରୁ ମା’ ରମାଦେବୀଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧିତତ୍ତ୍ୱ ପ୍ରଚାରକ ଅନାମ ଚରଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା ମୁଖ୍ୟ ଅତିଥିଭାବେ ଅର୍ଜୁନ ଚରଣ ସାମନ୍ତରାୟ, ମିଳିତ ଓଡିଶା ନିଶା ନିବାରଣ କର୍ମକର୍ତ୍ତା, ମୁଖ୍ୟବକ୍ତା ରୂପେ ସମାଜସେବୀ କିଷାନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷା କୁନ୍ତଳା ବିଶ୍ୱାଳ, ସମାଜସେବୀ ଅନୁସୟା ପଣ୍ଡା ପ୍ରମୁଖ ଯୋଗଦେଇ ମା’ ରମାଦେବୀଙ୍କ ଜୀବନୀ ଆଦର୍ଶ, ସଂଗଠକ, ଗାନ୍ଧିବାଦୀ ଓ ଦେଶ ସେବାରେ ମହାନ ତ୍ୟାଗ, ଦିଗଦର୍ଶନ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପରିଚାଳକ କବିତା ରାଣୀ ପରିଡା ସୁଚାରୁ ରୂପେ ପରିଚାଳନା କରିଥିଲେ । ଏଥିରେ ୬୦ରୁ ଅଧିକ ମହିଳା ଓ ଶିଶୁ ଅଂଶଗ୍ରହଣ କରଥିଲେ । ଶେଷରେ ଗୀତାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରଥିଲେ ।

jayashree
Leave A Reply

Your email address will not be published.