csstore

ରାଜା ଦୁର୍ଗାମାଧବ ପ୍ରସାଦ ସିଂହଦେଓ ଗ୍ରନ୍ଥାବଳୀ ଲୋକାର୍ପଣ

ଭବାନୀପାଟଣା, (ହେମନ୍ତ ସାହୁ) : ରାଜା ଦୁର୍ଗାମାଧବ ପ୍ରସାଦ ସିଂହଦେଓଙ୍କ ଗ୍ରନ୍ଥାବଳୀ ଲୋକାର୍ପଣ ଉତ୍ସବ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ଅନନ୍ୟ ଉପହାର ବୋଲି ଉତ୍ସବ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ଓଡିଶାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ତରଫରୁ ରାଜା ଦୁର୍ଗାମାଧବ ପ୍ରସାଦ ସିଂହଦେଓଙ୍କ ଗ୍ରନ୍ଥାବଳୀ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଦ୍ମଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ପ୍ରଫେସର ସଞ୍ଜୟ କୁମାର ଶତପଥୀ ( କୁଳପତି, ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି), ମୁଖ୍ୟ ବକ୍ତା ପ୍ରଫେସର ନାଟ୍ୟକାର ନାରାୟଣ ସାହୁ, ବିଶିଷ୍ଟ ଅତିଥି କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, ଗ୍ରନ୍ଥାବଳୀ ସମ୍ପାଦକ ପ୍ରଫେସର୍ ଡ. ଦାଶରଥି ଆଚାର୍ଯ୍ୟ, ପ୍ରକାଶକ ରାଜା ଦୁର୍ଗାମାଧବ ପ୍ରସାଦ ସିଂହଦେଓଙ୍କ ପୌତ୍ର ପ୍ରଫେସର ବୁଧେନ୍ଦ୍ର ପ୍ରତାପ ସିଂହଦେଓ ଯୋଗଦେଇ ଥିବାବେଳେ ସମ୍ପାଦକ ହେମନ୍ତ ସାହୁ ଚନ୍ଦ୍ରମଣି ନାଟ୍ୟ ସଂଘର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ବୁଧେନ୍ଦ୍ର ପ୍ରତାପ ସିଂହଦେଓ ଅତିଥି ପରିଚୟ, ସ୍ଵାଗତ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା ଓ କଣ୍ଠଶିଳ୍ପୀ ଲିପ୍ସା ମହାରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଟ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି, ହିରେନ୍ଦ୍ର ପ୍ରତାପ ସିଂହ ଦେଓ, ନାଟ୍ୟ ସଂଘର ଉପସଭାପତି ଚିତ୍ତରଂଜନ ବାଗ, ବରିଷ୍ଠ ସଦସ୍ୟ ରାକେଶ କୁମାର ଶତପଥୀ, ଜିତେନ୍ଦ୍ର ପାତ୍ର, ପୃଥୀରାଜ ସିଂହଦେଓ, ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.