ବରଗଡ଼ ସାଂସଦ ପ୍ରତିନିଧି ଲିପ୍‌ସିତ୍‌ ମିଶ୍ର ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରତିନିଧି ତଥା ଜଣାଶୁଣା ବରିଷ୍ଠ ଆଇନଜୀବୀ ଲିପ୍‌ସିତ୍‌ ମିଶ୍ର ଆଜି ଦୁର୍ଗମ ବାରପାହାଡ ଉପରେ ଥିବା ବାର ବଖରା ଜଳପ୍ରପାତରୁ ଖସି ଯାଇ ଆହତ ହୋଇଥିବା ବେଳେ ତାଙ୍କର ଡାହାଣ ହାତ କାନ୍ଦ ପାଖକୁ ଭାଙ୍ଗିଯାଇଛି । ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଅମ୍ବୁଲାନ୍ସ କର୍ମଚାରୀଙ୍କ ସହିତ ସାମ୍ବାଦିକ ରାଜେଶ ସରାଫ, ଜି ରମେଶ, ଆନନ୍ଦ ଭୋଇ ପ୍ରମୁଖଙ୍କ ସାହାଯ୍ୟରେ ବରପାହାଡ଼ ଉପରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା ଓ ଚିକତ୍ସା ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଲୟରେ ଭର୍ତି କରାଯାଇଥିଲା । ମା’ ସମଲେଇଙ୍କ କୃପାରୁ କୌଣସି ବଡ ଘଟିବାରୁ ବର୍ତ୍ତି ଯାଇଛନ୍ତି ଶ୍ରୀ ମିଶ୍ର । ମା’ ସମଲେଇଙ୍କ କୃପାରୁ ସେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ତାଙ୍କ ଶୁଭେଚ୍ଛୁମାନେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.

seventeen − 16 =