ସରଗାଡ ସରକାରୀ ଲାଲବାହାଦୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ କରିବା ସହ କାମ ବନ୍ଦ କଲେ ଗ୍ରାମବାସୀ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରଗାଡ ସ୍ଥିତ ସରକାରୀ ଲାଲବାହାଦୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ କରିବା ସହ କାମ ବନ୍ଦ କରିଛନ୍ତି ଗ୍ରାମବାସୀ ବୋଲି ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଏହି ସ୍କୁଲ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବେଳେ ସ୍କୁଲର ଉନ୍ନତି ମୂଳକ କାମ ପାଇଁ ଲକ୍ଷାଧିକ ଟଙ୍କା ଆସିଛି । ହେଲେ ଠିକାଦାରଙ୍କ ଜରିଆରେ ବ୍ଲକ ପ୍ରଶାସନ ନିଜେ କାମ କରୁଥିବା ବେଳେ କାମ ଆରମ୍ଭରୁ ଏହି ନିର୍ମାଣ କାର୍ଯ୍ୟରେ ନାମୀ ଦାମୀ କମ୍ପାନୀର ସିମେଣ୍ଟ ସହ ଅନ୍ୟାନ୍ୟ ସାମାଗ୍ରୀ ଲଗାଯିବ ବୋଲି ସ୍କୁଲ ପରିଚାଳନା କମିଟିକୁ କୁହାଯାଇଥିଲା । କିନ୍ତୁ କାମ ଆରମ୍ଭ ବେଳେ ତାହାର ବ୍ୟତିକ୍ରମ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ଏହି ନିର୍ମାଣ କାମକୁ ବିରୋଧ କରି ଗ୍ରାମର ଶତାଧିକ ଲୋକ ସ୍କୁଲରେ ପହଂଚି ଚାଲିଥିବା କାମକୁ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବା ସହ ଏଥିରେ ସଂପୃକ୍ତ ଥିବା ଠିକାଦାର ଓ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.

five × 4 =