csstore

‘କୋଶଳ ପ୍ରବାହ’ର ପ୍ରଭାବ : ଦୀପାଙ୍କ ଟୁଇଟ ପରେ ଦଶରଥଙ୍କୁ ମିଳିଲା ଚିକିତ୍ସା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଆଦିବାସୀପଡ଼ାରେ ବସବାସ କରନ୍ତି ଦଶରଥ ଦେବଗୁରୁ । ସେ ଅଜଣା ରୋଗରେ ପୀଡିତ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ବୋଲି ଏନେଇ ଗତ ୯/୧୧ ତାରିଖ ଦିନ ‘କୋଶଳ ପ୍ରବାହ’ ପ୍ରୋଟାଲରେ ଖବର ପ୍ରସାରଣ ହେବା ପରେ ଟୁଇଟ ଯୋଗେ ଟୁଇଟର ଦୀପା ବାରିକ ଏନେଇ ଟୁଇଟ କରିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ସହ ଦଶରଥଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ ବିଭାଗ ଦଶରଥଙ୍କ ଘରେ ପହଞ୍ଚି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇ ଥିବା ଜଣାପଡିଛି । ତେବେ ସେ ଜଣେ ଅସହାୟ ଗରିବ ନିରୀହ ଲୋକ ହୋଇଥିବା ବେଳେ ଭିକ୍ଷା ବୃତ୍ତି କରି ନିଜର ପରିବାରର ଗୁଜୁରାଣ ମଧ୍ୟ ମେଣ୍ଟାଉଥିଲେ । ତେବେ ଖବର ପ୍ରସାରଣ ହେବା ପରେ ଚିକିତ୍ସାର ବ୍ୟବସ୍ଥା ପ୍ରଶାସନ କରିଥିବା ବେଳେ ତାଙ୍କ ପରିବାର ‘କୋଶଳ ପ୍ରବାହ’, ଟୁଇଟର ଦୀପା ବାରିକ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.