ସରପଞ୍ଚଙ୍କ ଉଦ୍ୟମରେ ଏକ ନୂତନ ଖେଳପଡ଼ିଆର ଶୁଭାରମ୍ଭ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ବୁଢୀ ପଦର ପଞ୍ଚାୟତ ଘୁଷୁରାମୁଣ୍ଡା ଗ୍ରାମରେ ଏକ ନୂତନ ଖେଳପଡିଆ ତିଆରି ପାଇଁ ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଖେଳପଡିଆକୁ ବୁଢୀ ପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ ଶୁଭାରମ୍ଭ କରିଛନ୍ତି । ଘୁଷୁରାମୁଣ୍ଡା ଗ୍ରାମରେ ଖେଳପଡିଆ ନଥିବାରୁ ପିଲାମାନେ କୌଣସି ଖାଲି ଜାଗା ଦେଖି ଫୁଟବଲ, କ୍ରିକେଟ ଆଦି ଖେଳ ଖେଳୁଥିଲେ । ଯାହାକି ଚାଷ ସମୟରେ ସେହି ସ୍ଥାନମାନଙ୍କରେ ଚାଷ ହେବାରୁ ସେହି ସମୟ ମାନଙ୍କରେ ଖେଳକୁଦରୁ ବଂଚିତ ହେଉଥିଲେ । ଏଣୁ ସରପଞ୍ଚ ଉକ୍ତ ଗ୍ରାମର ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀଙ୍କ ଖେଳପ୍ରତି ଉତ୍ସାହକୁ ହୃଦୟଂଗମ କରି ଏକ ସ୍ଥାୟୀ ଖେଳପଡିଆ ତିଆରି ପାଇଁ ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର-ବରଗଡ ଜାତୀୟ ରାଜପଥ-୨୬ କଡରେ ପଞ୍ଚାୟତ ଅନୁଦାନ ପାଣ୍ଠିରୁ ଏକ ପାର୍କ ନିର୍ମାଣ କରି ବଲାଙ୍ଗିର ଜିଲ୍ଲାପାଳଙ୍କ ପ୍ରଶଂସା ଭାଜନ ହୋଇଛନ୍ତି । ସରପଞ୍ଚଙ୍କ ଏଭଳି ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ତଥା ଯୁବଗୋଷ୍ଠୀ ଭୂୟସୀ ପ୍ରଶଂସା କରିବା ସଂଗେ ସଂଗେ ଉକ୍ତ ସରପଞ୍ଚଙ୍କୁ ପୁଣିଥରେ ନିର୍ବାଚିତ କରି ସୁଯୋଗ ଦିଆଯାଏ ତାହେଲେ ଅଂଚଳରେ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମମାନ ହୋଇପାରିବ ବୋଲି ଆଲୋଚନା ହେଉଛି । ଉକ୍ତ ଖେଳପଡିଆ ତିଆରି ପାଇଁ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ମଲ୍ଲିକ, ଅକୃର ସାହୁ, ଦୟାମୟ ସାହୁ, ଆନନ୍ଦ ହୋତା, ସାନନ୍ଦ ମହାକୁଡ, ମାନସ ହୋତା, ଅଜିତ କୁମାର ସାହୁ, ସହ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.