
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ସଦର ମହକୁମାଠାରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଚୌପାଳ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ଗିରିଧାରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରଦେଶ କଂଗ୍ରେସ ସଂଗଠନ ଉପସଭାପତି ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଭୋଟରଙ୍କ ମତଦାନ ଅଧିକାରର ସୁରକ୍ଷା ଓ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟରଙ୍କ ଗୁରୁତ୍ଵ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏସ୍ଆଇଆର୍ ପ୍ରକିୟାରେ ଭୋଟର ତାଲିକାରୁ ନାମ ବାଦ୍ ପଡିବାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍ସି ସେଲ ବ୍ଲକ ସଭାପତି ତଥା ଡିସିସି ସମ୍ପାଦକ ବିଭିଷଣ ମହାନନ୍ଦ, ଯଦୁପତି ଅଗସ୍ତି, ବ୍ଲକ କିଶାନ ସେଲ୍ ସଭାପତି ପୂର୍ଣ୍ଣ ମାଝୀ, ଲଖନା ସମିତି ସଭ୍ୟ ଭୀମସେନ ବାଗ, ମହେନ୍ଦ୍ର ସାହୁ, ପଦ୍ମ ସରାଫ, ବୁଲୁ କୁମ୍ଭାର, ସତ୍ୟପତି ନାଗ, ଅଶୋକ ନାଗ, ପବିତ୍ର ହରପାଲ, ଗୁରମେଲ ସିଂ ଭାଟିଆ, ସୁବାସ ବୟେ, ମୋହନ ସାହୁ, ରେଣୁ ବେନିଆ, ବୁଲୁ ବହିଦାର, କୃଷ୍ଣ ମାଝୀ, କୁଶ ସରାଫଙ୍କ ସହ ଦଳୀୟ କର୍ମୀ ଓ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।