ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟ ପରିସରରେ ଏନ୍.ଏସ୍. ଏସ୍. ଓ ଯୁବ ରେଡକ୍ରସ୍ ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ପ୍ରଥମେ ଏକ ସଭା ଅନୁଷ୍ଠିତ ହୋଇ ବିଭିନ୍ନ ବୃକ୍ଷର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ବାରିକ ବନମହୋତ୍ସବ ପାଳନର ମହତ୍ ଉଦ୍ଦେଶ୍ୟ ସଂପର୍କରେ କହିଥିବା ବେଳେ ଏନ୍.ଏସ୍. ଏସ୍. ପ୍ରୋଗାମ ଅଫିସର ଅଙ୍କିତ କୁମାର ଦାଶ ଏବଂ ଯୁବ ରେଡକ୍ରସ ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ତଥା ସାଂପ୍ରତିକ ସ୍ଥିତିରେ ବୃକ୍ଷ ରୋପଣର ଆବଶ୍ୟକତା ସଂପର୍କରେ କହିଥିଲେ । ପ୍ରଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ୍ତ କୁମାର ସାହୁ, ମୀନା କୁମାରୀ ସାହୁ, ଅଧ୍ୟାପକ ପ୍ରଦୀପ କୁମାର ଦେୱାନ, ଦେବରାଜ ସାହୁ, ଅଭିନାଶ ମହାପାତ୍ର, ଝରଣା ପ୍ରଧାନ, ଅଞ୍ଜଳି ବାଗ ପ୍ରମୁଖ ଉପସ୍ଥିତ ରହି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ନୃସିଂହନାଥରୁ ବିଭିନ୍ନ ପ୍ରକାର ବୃକ୍ଷ ଆଣି ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ରୋପଣ କରିଥିଲେ । ଶେଷରେ ଯୁବ ରେଡକ୍ରସ ସହ-ସଂଯୋଜକ ଦେବାଶିଷ ଭଏନା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
