କସ୍ତୁରବା ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବଲାସିଂହା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଠାରେ ପରିବେଶ ସୁରକ୍ଷା ଓ ଆମର ଦାୟିତ୍ୱ ନେଇ ଏକ କାର୍ଯ୍ୟକ୍ରମ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସଞ୍ଚଳିକା ବି.କେ ମାମିନା ପରିବେଶ ସୁରକ୍ଷା ପାଇଁ ଆତ୍ମ ସଚେତନତା ଓ ଜଣକୁ ଗୋଟିଏ ଲେଖା ଚାରା ରୋପଣ କରି ତାର ଯତ୍ନ ନେବା ପାଇଁ ସଂକଳ୍ପ ନେଲେ ପରିବେଶ ସୁରକ୍ଷାରେ ଭାଗି ହୋଇପାରିବ ବୋଲି କହିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ମୁଖ୍ୟ ଅତିଥି ରୂପେ ଭାଗନେଇ ଛାତ୍ର ଓ ଛାତ୍ରୀମାନେ ଜୀବନ ନିର୍ବାହ ସକାଶେ ବୃକ୍ଷ ଲତା ଗୁଡିକ କେତେ ଉପକାରୀ ନିଜ ବକ୍ତବ୍ୟରେ ଦର୍ଶାଇ ଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବି ନମ୍ରତା ସାହୁ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସ୍କୁଲ ପରିସରରେ ଓ ଛାତ୍ରୀ ନିବାସ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା । ବି କେ ସରୋଜ ଭାଇ, ରଶ୍ମିତା ଭଉଣୀ କାର୍ଯ୍ୟକ୍ରମରେ ସହାଭାଗୀ ହୋଇଥିଲେ ।

Leave A Reply

Your email address will not be published.

two × three =

error: Content is protected !!