pr

ସୋନପୁର ସାପ୍ତାହିକ ବଜାରରେ ରେଡ଼କ୍ରସ୍‌ କର୍ମୀମାନଙ୍କ ଦ୍ଵାରା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ

dr. purohit

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ମଙ୍ଗଳବାର ସାପ୍ତାହିକ ବଜାରରେ ରେଡ଼କ୍ରସ୍‌ କର୍ମୀମାନଙ୍କ ଦ୍ଵାରା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ମାର୍ଚ୍ଚ ମାସରେ ସରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଛାତ୍ରଙ୍କ ସ୍ମୃତିରେ ସଦର ବ୍ଲକ୍ ଅନ୍ତର୍ଗତ କଲାପର ଗ୍ରାମର ଚନ୍ଦ୍ରିକା ଏଣ୍ଟରପ୍ରାଇଜେସ ଠାରେ ଚନ୍ଦ୍ରିକା ଟ୍ରଷ୍ଟ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଆସନ୍ତା ତା.୦୪/୦୫/୨୦୨୩ ଗୁରୁବାର ଦିନ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସଚେତନତା କାର୍ଯ୍ୟକ୍ରମରେ ରେଡକ୍ରସ୍ କର୍ମୀ ରବି ଚନ୍ଦ୍ର ପଶାୟତଙ୍କ ସଂଯୋଜନା ଓ ସଡ଼କ ସୁରକ୍ଷାର ଗୋଲ୍‌ଡେଣ୍ଟ ଆୱାର ହିରୋ ରାମ ନାରାୟଣ ଦାଶ ପରିଚାଳନା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସାମ୍ବାଦିକ ସନ୍ତୋଷ ମିଶ୍ର, ପିଣ୍ଟୁ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହାପରେ ରେଡକ୍ରସ୍‌ କର୍ମୀ ଗୋପେଶ ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ପଦ୍ମନାଭ କର୍ଣ୍ଣ, ସୁବାସ ବେହେରା, ଜିତେନ୍ଦ୍ର ସାହୁ ପ୍ରମୁଖ ସାପ୍ତାହିକ ବଜାରକୁ କିଣା ବିକା ପାଇଁ ଆସିଥିବା ଲୋକମାନଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନ କଲା ପରେ ୪୫ ଜଣ ଏହି ମେଗା ରକ୍ତଦାନରେ ସାମିଲ ହେବା ପାଇଁ ସ୍ଵାକ୍ଷର କରି ସହମତି ଜଣାଇଥିଲେ ।

nrusinghnath
Leave A Reply

Your email address will not be published.