csstore

ଜିଲ୍ଲାସ୍ତରୀୟ ଯୁବ ପୌଢ ସାଂସଦ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ ରାମଜୀ ଯୁବକ ସଂଘ ସଦାଇପାଲିଙ୍କ ମିଳିତ ଆନୁକୂଲ୍ୟରେ ‘ବସୁଧୈବ କୁଟୁମ୍ବକମ୍‌’ ବିଷୟକୁ ନେଇ ଜିଲ୍ଲାସ୍ତରୀୟ ଯୁବ ପୌଢ ସାଂସଦ କାର୍ଯ୍ୟକ୍ରମ ସଦାଇପାଲି ସ୍ଥିତ ସାଇଟ-ଡିଏମ୍‌ସିଟି ହଲରେ ଆୟୋଜିତ ହୋଇଯାଇଛି, ନିମନ୍ତ୍ରିତ ସାଧନ କର୍ମବୃନ୍ଦ କାର୍ଯ୍ୟକ୍ରମରେ ଶୀତଳା, ଦକ୍ଷ ଜୀବନ ଶୈଳୀ ଏବଂ ବ୍ୟକ୍ତିତ୍ୱର ବିକାଶ ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ । ଏତଦ୍‌ ବ୍ୟତିତ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ମଞ୍ଚାସୀନ ଅତିଥି ବୃନ୍ଦ ଅଂଶଗ୍ରହଣକାରୀ ଯୁବକ ଯୁବତୀଙ୍କୁ ବିକଶିତ ତଥା ସମୃଦ୍ଧ ରାଷ୍ଟ୍ର ଗଠନ ଦିଗରେ ଯୁବକ ଯୁବତୀଙ୍କ ଭୂମିକାରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ଲୋକ ସଂପର୍କ ବୃଦ୍ଧି କରି ଜନ ମଙ୍ଗଳ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ରାମଜୀ ଯୁବକ ସଂଘ ସଭାପତି ଡା. ପ୍ରମୋଦ କୁମାର ମିଶ୍ର, ମୁଖ୍ୟବକ୍ତା ଭାବରେ ରସରାଜ ଅଚ୍ୟୁତ ପୁରୋହିତ, ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ବ୍ରହ୍ମା, ଏମ୍‌.ଡି. ବୀଣାପାଣି ଶିକ୍ଷା ସୌଧ ଅଶୋକ କୁମାର ମେହେର, ଲୋପାମୁଦ୍ରା ମିଶ୍ର ଇତ୍ୟାଦି । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବୃନ୍ଦାବନ ମହାକୁର । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ନେହେରୁ ଯୁବା କେନ୍ଦ୍ର ବଲାଙ୍ଗିରର ୟୁଥ ଅଫିସର ଏ.ଭି. ନରସିଂହା କୁମାର । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଏବଂ ଯୁବ ଅନୁଷ୍ଠାନର ଶତାଧିକ ଯୁବକ ଯୁବତୀ ।

jayashree
Leave A Reply

Your email address will not be published.