jayashree

ବର୍ଷା ନେଲା ଜୀବନ : କାନ୍ଥ ଭୁଶୁଡ଼ି ବୃଦ୍ଧା ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁଲିହା ଦର୍ହ ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା । ଲଗାଣ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାହା ତଳେ ଚାପି ହୋଇ ତାରା ବଛାଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ । ପରିବାରର ଅଭିଯୋଗ, ବାରମ୍ବାର ଆବେଦନ ସତ୍ତ୍ୱେ ସରକାରୀ ଆବାସ ମିଳିନଥିଲା । ଯଦି ସମୟରେ ପକ୍କା ଘର ମିଳିଥାଆନ୍ତା ତାହାହେଲେ ଏହି ଦୁର୍ଘଟଣା ଏଡ଼ାଯାଇ ପାରିଥାଆନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଘଟଣା ପରେ ପରିବାରକୁ ସରକାରୀ ସହାୟତା ଓ ଆବାସ ଯୋଗାଇ ଦେବାକୁ ଦାବି ଜୋର ଧରିଛି ।

Leave A Reply

Your email address will not be published.