କଂଟାବାଂଜି ବନ ବିଭାଗର ବୈମାତୃକ ମନୋଭାବ ଯୋଗୁଁ ପକ୍ଷାଘାତ ରୋଗରେ ଶିକାର ସୁରୁ ଡିଣ୍ଡା ଅବହେଳିତ

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ଗ୍ରା.ପ.ର ସଦର ଗାଁର କଲୋନିପଡାରେ ବାସ କରନ୍ତି ସୁରୁ ଡିଣ୍ଡା (୬୫) । ପରିବାର କହିଲେ ତାଙ୍କର ସ୍ତ୍ରୀ ଉର୍ବଶି ଡିଣ୍ଡା ଏବଂ ଗୋଟିଏ ପୁଅ ଓ ଝିଅ । ଝିଅକୁ ଦୀର୍ଘ ଦିନ ତଳେ ବିବାହ କରିଦେବାରୁ ତାଙ୍କର ଘର ସଂସାର ଅନ୍ୟ ଗାଁରେ । ନିକଟରେ ତାଙ୍କର ଏକ ମାତ୍ର ପୁଅ ତାର ପରିବାର ସହ କୁଲି ମଜୁରୀ କରି ଘର ସଂସାର କରିଛି । ଦୀର୍ଘ ବର୍ଷରୁ ଅର୍ଥାତ ୨୦ ବର୍ଷ ବୟସରୁ କଂଟାବାଂଜି ଫରେଷ୍ଟ ରେଂଜ ଅଧିନରେ ପାରା ପ୍ରୋଟେକ୍ସନ ଫୋର୍ସରେ କାମ କରି ଆସୁଥିଲେ ସୁରୁ ଡିଣ୍ଡା । ପ୍ରଥମରେ ସେ ରେଂଜ ଅଧିନସ୍ଥ ଫରେଷ୍ଟ ରେଂଜରେ ନର୍ସରୀ ଜଗୁଆଳି (ୱାଚର) ଭାବେ କାମ କରି ଆସୁଥିଲେ । ନର୍ସରୀ ୱାଚର ଭାବେ କାମ କରିବା ମଧ୍ୟରେ ଗତ ୪୦ବର୍ଷରୁ ସେ ମାସିକ ୩ଟଙ୍କା ଦରମାରେ କାମ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ । ବୟସ ଥିବା ମଧ୍ୟରେ ସେ ଦୀର୍ଘ ବର୍ଷ ଧରି କାମ କରିବା ମଧ୍ୟରେ ତାଙ୍କର କୌଣସି ଜମି ବାଡି କହିଲେ ଆଦୌ ନାହିଁ । ମାସ ମାସିକ ୩ଟଙ୍କା ରୋଜଗାରରେ ଗୋଟିଏ ପୁଅ ଓ ଝିଅକୁ ବିବାହ କରିସାରିଥିବା ବେଳେ ବର୍ତମାନ ପୁଅକୁ ବିବାହ କରିବା ମଧ୍ୟରେ ତାର ପରିବାର ଭରଣ ପୋଷଣ ଅଲଗା । ଫଳରେ ଉଭୟେ ସ୍ୱାମୀ ସ୍ତ୍ରୀ ଚଳି ଆସୁଥିଲେ । ପରବର୍ତି ସମୟରେ ୱାଚରରୁ ନିୟମିତ ପାରା ପ୍ରୋଟେକ୍ସନ ଫୋର୍ସ ରୁପେ ପଦୋନ୍ନତି ପାଇ ମାସିକ ୭/୮ ହଜାର ଟଙ୍କା ଦରମା ବୃଦ୍ଧି ହୋଇଥିଲା କିନ୍ତୁ ବିଧିର ବିଧାନ ଅଲଗା । ସୁରୁ ଡିଣ୍ଡାକୁ ଗତ ୨/୩ ବର୍ଷ ହେଲା ପକ୍ଷାଘତ (ପାରାଲିସିସ) ରୋଗ ହୋଇଥିଲା । ସେହି ଦିନଠାରୁ ସୁରୁ ଅକର୍ମଣ୍ୟ ହୋଇ ନିଜ କର୍ମରେ ଠିକ୍‌ ଭାବେ ତୁଲାଇ ନ ପାରିବାରୁ ତାଙ୍କୁ ଚାକିରିରୁ ବାହାର କରାଯାଇଛି । ଫଳରେ ସୁରୁ ଡିଣ୍ଡା ଏବଂ ତାଙ୍କର ନିର୍ଭରଶୀଳ ବୃଦ୍ଧା ବର୍ତମାନ ପେଟ ପାଟଣା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି କି ସରକାରଙ୍କ ଦ୍ୱାରା ଦିଆଯାଇଥିବା ରାସନ କାର୍ଡ ନଂ. ୦୫୧୪୧୮୧୦୦୩୩ରୁ ମିଳୁଥିବା ୧୦ କେ.ଜି. ଚାଉଳ ହିଁ ଦୁଇ ପ୍ରାଣୀକୁ ଚଳିବା ନିଅଂଟ ହେଉଥିବା ବେଳେ ଉଭୟେ ସ୍ୱାମୀ ସ୍ତ୍ରୀର ବୟସ ବାର୍ଦ୍ଧକ୍ୟ ଭତା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଅନେକ ଥର ପଂଚାୟତ ଏବଂ ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଭତା ଟିଏ ହୋଇ ପାରି ନ ଥିବାରୁ ଗତ ସୋମବାର ଦିନ ମହୁଲପାଟି କଲୋନିପଡାକୁ ଯାଇଥିବା ବେଳେ କୋହ ଭରା ହୃଦୟରେ ନିଜ ଦୁଃଖ ଆମ ପ୍ରତିନିଧିକୁ ଜଣାଇଛନ୍ତି । ସୁରୁ ଡିଣ୍ଡାଙ୍କ କହିବା ମୁତାବକ ଦୀର୍ଘ ୪୫ବର୍ଷ ଧରି ଜଂଗଲ ବିଭାଗରେ ୱାଚରରୁ ପାରା ପ୍ରୋଟେକ୍ସନ ଫୋର୍ସରେ ଚାକିରୀ କରିବା ସୁଦ୍ଧା ତାଙ୍କୁ ବନ ବିଭାଗ ତରଫରୁ କୌଣସି ସହାୟତା ମିଳିପାରି ନାହିଁ । ଯଦ୍ୱାରା ଆଜି ପକ୍ଷାଘାତ ରୋଗ ସାଙ୍ଗକୁ ପେଟ ପାଟଣା ପାଇଁ ଅନହାର ଓ ଅର୍ଦ୍ଧାହାର ସହ ଯୁଝୁଛନ୍ତି । ଏହି ପରିସ୍ଥିତିରେ ଜଂଗଲ ବିଭାଗ ଅଧିକାରୀମାନଙ୍କ ସହ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯିବାରୁ କେହି ହେଲେ ସନ୍ତୋଷ ଜନକ ପ୍ରତିକ୍ରିୟା ଦେଇ ପାରିନାହାନ୍ତି । ଫଳରେ ମହୁଲପାଟି ଗ୍ରାମର ବୁଦ୍ଧିଜୀବୀ ସୁରୁ ଡିଣ୍ଡାକୁ ବନ ବିଭାଗ ତରଫରୁ ଚାକିରୀ ଅବଧୀ ମଧ୍ୟରେ ପକ୍ଷାଘାତ ରୋଗ ହୋଇଥିବାରୁ ପରିବାରକୁ କ୍ଷତି ପୁରଣ ଦେବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

8 − six =