ବରପାଲିପଡା ପଞ୍ଚସଖା ଗଳି ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଞ୍ଚସଖା ସ୍କୁଲ ଗଳି ବରପାଲିପଡା ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ କୋଭିଡ୍‌ ଗାଇଡ ଲାଇନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବରପାଲିପଡା ନାଗରିକ କମିଟିର ସଭାପତି ଡା. ଜଗନ୍ନାଥ ପଣ୍ଡାଙ୍କ ସଭାପତିତ୍ୱରେ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉପସଭାପତି ଗୋପଭୂଷଣ ନାଥ, ସଂପାଦକ ଆର୍ତ୍ତତ୍ରାଣ ମିଶ୍ର, ମୁଖ୍ୟ ବିଚାରକ ନିଳମାଧବ ପରିଚ୍ଛା, ବିଚାରକ ଜୟଚନ୍ଦ୍ର ପଟେଲ ମଂଚାସୀନ ଥିଲେ । ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମଂଚାସୀନ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ କରାଯାଇଥିଲା । ପଡାର ଯୁବକ ଯୁବତୀ ଓ ଶିଶୁମାନଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ଶଙ୍ଖନାଦରେ ପ୍ରଥମ ଦୁଲାଲ କୁମାର ନାଥ, ଦ୍ୱିତୀୟ ରାହୁଲ ବେହେରା, ତୃତୀୟ ସରସ୍ୱତୀ ଦାଶ, ଦୁଲଦୁଲିରେ ପ୍ରଥମ ସରିତା ଯୋଷୀ, ଦ୍ୱିତୀୟ ସରଳାମୟୀ ନାଥ, ତୃତୀୟ ସବିତା ମେହେର, ସଂଗୀତରେ ପ୍ରଥମ ସ୍ମିତାରାଣୀ ପଟ୍ଟନାୟକ, ଦ୍ୱିତୀୟ ସ୍ପର୍ଷା ମିଶ୍ର, ତୃତୀୟ ବବିତା ନନ୍ଦ, ମ୍ୟୁଜିକ ଚେୟାରରେ ପ୍ରଥମ ପୁଷ୍ପଲତା ମହାଲିଙ୍ଗ, ଦ୍ୱିତୀୟ ସାଗରିକା ଖମାରୀ, ତୃତୀୟ ସରସ୍ୱତୀ ଦାଶ, ବ୍ୟାଡମିଣ୍ଟନରେ ପ୍ରଥମ ଶେଷଦେବ ମେହେର, ଦ୍ୱିତୀୟ ଅମୃତ କୁମାର ମିଶ୍ର, ତୃତୀୟ ଦେବାଶିଷ ଗୌଡ ଚୟନ ହୋଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ପାଇଁ ଗୋବର୍ଦ୍ଧନ ଦାଶ ସିଲ ପ୍ରଦାନ କରିଥିବା ବେଳେ ଶାନ୍ତିଲତା ମିଶ୍ର ନଗଦ ଟଙ୍କା କମିଟି ତରଫରୁ ପ୍ରମାଣପତ୍ର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିôବା ପ୍ରତିଯୋଗୀଙ୍କୁ ସାହାନା ପରବିନ ଦେଇଥିବା ଉପହାର ସହ ପ୍ରମାଣପତ୍ର, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସବିତା ମେହେର ଦେଇଥିବା ଉପହାର ସହ କମିଟିରୁ ପ୍ରମାଣପତ୍ର ସଭାପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କୁ ସବିତା ପଣ୍ଡା ଖାତା କଲମ ଇତ୍ୟାଦି ପ୍ରଦାନ କରିଥିଲେ । ମଂଚକୁ କୁମାରୀ ସ୍ପର୍ଷା ମିଶ୍ର ସଂଯୋଜନା କରିଥିବା ବେଳେ ସଂପାଦକ ତଥା ମୁଖ୍ୟ ଉଦ୍ୟୋକ୍ତା ଆର୍ତ୍ତତ୍ରାଣ ମିଶ୍ର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଭବାନି ଶଙ୍କର ନାୟକ, ନବିନ କୁମାର ହୋତା, ଗୋବର୍ଦ୍ଧନ ଦାଶ, ରଂଜନ ପଟେଲ, କୁନାଲ ବେହେରା, ଭୁପେନ ମିଶ୍ର, ଅମିୟ କୁମାର ପଶାୟତ, ଅବଦୁଲ ଖୁର୍ସିଦ, ଆଲୋକ ପାତ୍ର, ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × three =