pr

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ କବିତା ପାଠ ଅନୁଷ୍ଠିତ

dr. purohit

ପାଟଣାଗଡ, (ଗୋରେଖନାଥ ବରିହା) : ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପାଟଣେଶ୍ୱରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପାଟଣାଗଡଠାରେ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଆଯୋଜକ ଦିଲ୍ଲୀପ କୁମାର ମିଶ୍ର ଓ ସଂଯୋଜକ ଆଶିଷ କୁମାର ଚନ୍ଦନଙ୍କ ସଂଯୋଜନାରେ ଅତିଥି ଭାବରେ ଡ. ରବିନାରାୟଣ ତ୍ରିପାଠୀ, ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ କୁମାର ପଟ୍ଟନାୟକ, ପାଟଣାଗଡ ସାଂସ୍କୃତିକ ପରିଷଦ ସଭାପତି ଶ୍ରୀମତୀ ଭାଗ୍ୟଲତା ମେହେର, ଅଧ୍ୟକ୍ଷା(ଯୁକ୍ତ ଦୁଇ) ପାଟଣେଶ୍ୱରୀ ମହିଳା ମାଧ୍ୟମିକ ବିଦ୍ୟାଳୟ ଭାବରେ ଯୋଗ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅଶୋକ କୁମାର ପାଣିଗ୍ରାହୀ । ୨୦ ଜଣ କବି ନିଜର ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ସହଯୋଗ କରିଥିଲେ ସବ୍ୟସାଚୀ ମାଝୀ, ରାଜେଶ ଶର୍ମା, ବିଶ୍ୱାସ ପଟ୍ଟନାୟକ, ଶିବ ପ୍ରସାଦ ପାଢୀ, ସନ୍ତୋଷ ଦାସ ଓ ବିଦ୍ୟାଳୟର କର୍ମକର୍ତ୍ତା ଗଣ ।

nrusinghnath
Leave A Reply

Your email address will not be published.