କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୪ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍ଏସ୍) : ସମାଜକୁ ସୁଧାରିବାକୁ ଯେଉଁ ଦାୟିତ୍ୱବୋଧ ଜରୁରୀ, ସେହି ଦାୟିତ୍ୱବୋଧର ସମର୍ଥ କର୍ମଯୋଗୀ ଥିଲେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା । ବଲାଙ୍ଗିର ଜିଲ୍ଲାରେ ସାମାଜିକ ସଂଗଠନ ଓ ସାମାଜିକ ବିକାଶ ଦିଗରେ ତାଙ୍କର ଅବଦାନ ଥିଲା ଅନନ୍ୟ । ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା ବହୁ ଅନୁଷ୍ଠାନ ପ୍ରତିଷ୍ଠା କରିବା ସହ ଅଂଚଳର ଶିକ୍ଷାର ବିକାଶ ପାଇଁ ଉଦ୍ୟମ କରିଥିଲେ । ସ୍ୱର୍ଗତ ପଣ୍ଡାଙ୍କ କର୍ମମୟ ଜୀବନ ଆମକୁ ପ୍ରେରିତ କରୁ ଓ ଏହି ଜୟନ୍ତୀ ଆମକୁ ସେହି ସାମର୍ଥ୍ୟ ଦେଉ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୪ତମ ଜନ୍ମ ଜୟନ୍ତୀ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏହା କୁହାଯାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ଶ୍ରଦ୍ଧାଞ୍ଜଳି ସଭାକୁ କେବଳ ପୁଷ୍ପମାଲ୍ୟ ଅର୍ପଣ ଓ ସ୍ମୃତି ତର୍ପଣରେ ସୀମିତ ରଖା ଯାଇଥିଲା । ସାମାଜିକ ଦୁରତ୍ୱକୁ ବଜାୟ ରଖି କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟି ଓ ଜିଲ୍ଲା ସାମ୍ବାଦିକ ସଂଘ, ବଲାଙ୍ଗିରର ମିଳିତ ଆୟୋଜନରେ ଆୟୋଜିତ ଏହି ଜୟନ୍ତୀରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୁଜାରୀ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ବଲରାମ ମିଶ୍ର, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ନବୀନ ପଶାୟତ, ଗୋପବନ୍ଧୁ ଶତପଥି, ସନ୍ଦିପ କୁମାର କୁଅଁର, ରଘୁନନ୍ଦନ ସିଂ, ସୁଧିର କୁମାର ମିଶ୍ର, ବିଷ୍ଣୁଦତ୍ତ ହୋତା, ଚନ୍ଦ୍ରଚୁଡ ପଣ୍ଡା, ଚେତନାନନ୍ଦ ପଣ୍ଡା ଓ ଡ. ପଂଚଜନ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.