ଚୂଡା ମିଲରେ ଯୁବତୀଙ୍କ କପଡ଼ା ଲାଗି ମୁଣ୍ଡ ଅଲଗା

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁରଠାରେ ଦେଖିବାକୁ ମିଳିଛି ଏକ ଛାତିଥରା ଦୃଶ୍ୟ । ହୀରାପୁର ଗ୍ରାମର ମଧୁ ବନ୍ଦିଛୋରଙ୍କ ସ୍ତ୍ରୀ ତୁଲସା ବନ୍ଦିଛୋର ଦୁଇଟି ପୁଅ ଓ ପରିବାର ସହ ସୁଖ ଶାନ୍ତିରେ ଚଳି ଆସୁଥିବା ବେଳେ ଆଜି ଟିମନପୁର ଗ୍ରାମର ଚୂଡା ମିଲରେ ଚୂଡା ଭଜାଇବା ସମୟରେ ତୁଲସା ବନ୍ଦିଛୋରଙ୍କ କପଡା ମିଲର ବେରିଙ୍ଗରେ ଲାଗି ଯାଇଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଏ ସୂଚନା ପାଇବା ପରେ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ବେଳେ ମୃତକଙ୍କ ପରିବାର ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ସେହି ଘଟଣାକୁ ଦେଖି ଭାଙ୍ଗି ପଡିଛନ୍ତି । ଏହା ସହ ପରିବାର ବର୍ଗଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ମିଲ ମାଲିକ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ସହାୟତା ରାଶି ପ୍ରଦାନ କରିବ ପାଇଁ ଦାବି କରିଛନ୍ତି । ନଚେତ ମୃତ ଶବକୁ ଧରି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

13 + two =