ଅର୍ଦ୍ଧ ନିର୍ମିତ ଡ୍ରେନରେ ପଡ଼ି ଯୁବକଙ୍କ ପ୍ରାଣ ଗଲା

ବ୍ରହ୍ମପୁର, (କେପିଏନ୍ଏସ୍) : ସ୍ଥାନୀୟ ଆଙ୍କୋଲି ଓଭର୍ବି୍ରଜ ତଳେ ନିର୍ମାଣ ଚାଲିଥିବା ଡ୍ରେନ୍ରେ ପଡ଼ି ଲାଂଜିପାଲି ତୋଟାସାହିର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ (୩୫) ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ଗତ ରାତି ୧୧ଟା ସମୟରେ ପୂର୍ଣ୍ଣ ଘରକୁ ଫେରୁଥିବା ବେଳେ ଏହି ନିର୍ମାଣାଧୀନ ଡେନ୍ ଭିତରେ ସ୍କୁଟି ସହ ପଡ଼ି ଯାଇଥବଲେ । ତେବେ ନିର୍ମାଣ ଚାଲିଥିବା ଯୋଗୁଁ ଏହି ଅର୍ଦ୍ଧ ନିର୍ମିତ ଡ୍ରେନରେ ଲୁହା ଛଡ଼ ସବୁ ଟେକି ହୋଇ ରହିଥିବା ଯୋଗୁଁ ପୂର୍ଣ୍ଣଙ୍କ ଦେହରେ ଗଳି ଯାଇଥିଲା । ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ପୂର୍ଣ୍ଣ ପ୍ରାଣ ହରାଇଥିବା କୁହାଯାଉଛି । ତେବେ ଆଜି ସକାଳୁ ବୈଦ୍ୟନାଥପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଲୁହାଛଡ଼ା କାଟିବା ପରେ ଶବକୁ ଉଦ୍ଧାର କରିଛି । ଏହି ଘଟଣା ସହରରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Leave A Reply

Your email address will not be published.