pakka

ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଓ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ସ୍ୱଚ୍ଛତା ପକ୍ଷ ଓ ଆନ୍ତର୍ଜାତିକ ଯୁବ ଦିବସ ପାଳନ ଅବସରରେ ଏନ୍‌ଏସ୍‌ଏସ୍‌, ଏନ୍‌ସିସି ଏବଂ ୱାଇଆର୍‌ସିର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପଦ୍ମପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସଭା ଆରମ୍ଭରୁ ଦୁଇଜଣ ପୂର୍ବତନ କର୍ମଚାରୀ ସ୍ୱର୍ଗତ ଦୁର୍ଯ୍ୟୋଧନ ବିଶି ଓ ସୁଧାକର ଶତପଥୀଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ସାହୁ ଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ୱାଇଆର୍‌ସି ଅଧିକାରୀ ଶ୍ରୀ ବିଦ୍ୟାଧର ଦାଶ, ଏନ୍‌ଏସ୍‌ଏସ୍‌ ଅଧିକାରୀ ଶ୍ରୀମତୀ ଝୁନୁ ପରିଡା, ଏନ୍‌ସିସି ଅଧିକାରୀ ଜୟନ୍ତ କୁମାର ଭୁଏ ସ୍ୱଚ୍ଛତା ସଂପର୍କରେ ମନ୍ତବ୍ୟ ରଖିଥିଲେ । ଶେଷରେ ଏନ୍‌ଏସ୍‌ଏସ୍‌ ଅଧିକାରୀ ଡ.ଦୁଃଖୀଶ୍ୟାମ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସଭାରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ର ଛାତ୍ରୀ ଯୋଗଦାନ କରି ସଭାକୁ ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

fourteen − twelve =

error: Content is protected !!