pakka

ଜେଏସ୍‌ଏମ୍‌ ବାଣିଜ୍ୟ କଲେଜେର ତୃତୀୟ ସ୍ନାତକ ଦିବସ ପାଳନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେଏସ୍‌ଏମ୍‌ ବାଣିଜ୍ୟ କଲେଜର ୨୦୨୦-୨୩ ବର୍ଷର ପାସ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ତୃତୀୟ ସ୍ନାତକ ଦିବସ ଆୟୋଜନ କରାଯାଇଥିଲା । ଏହା ସକାଳ ୦୮ ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପ୍ର. ଡକ୍ଟର ଅରୁଣ କୁମାର ଦାସ, ଅତିଥି ଭାବରେ ବରିଷ୍ଠ ଓକିଲ୍ ପ୍ରମୋଦ କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ପ୍ର. ଶିବ ପ୍ରସାଦ ନନ୍ଦ, କଲେଜ ଉପଦେଷ୍ଠା ପିତବାସ ପଣ୍ଡା, ଉପଦେଷ୍ଠା ମନରଞ୍ଜନ୍ ସାହୁ, କଲେଜ ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ର୍ଶମା, ନିର୍ଦ୍ଦେଶିକା ଶ୍ରୀମତୀ ସୁମନ୍ ର୍ଶମା, ପ୍ରଧାନ ଶିକ୍ଷୟତ୍ରୀ ମୋନିକା ଜେସୱାଲ ପ୍ରମୁଖ ମଞ୍ଚରେ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଆରମ୍ଭ ହୋଇଥିଲା । ସମସ୍ତ ମଞ୍ଚାସୀନ ବ୍ୟକ୍ତିମାନେ ପିଲାମାନଙ୍କୁ ଶିକ୍ଷା ପ୍ରତି ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ପ୍ର. ଡକ୍ଟର ଅରୁଣ କୁମାର ଦାସ ପିଲାମାନଙ୍କୁ ଜୀବନର ସିଦ୍ଧାନ୍ତ ଓ ଅଧ୍ୟୟନକୁ ନେଇ ଜୀବନରେ କିପରି ପରିଚାଳିତ ହେବେ ତାହା ଉପରେ ଉତ୍ସାହିତ କରିଥିଲେ । ଅତିଥି ବରିଷ୍ଠ ଓକିଲ୍ ପ୍ରମୋଦ କୁମାର ମିଶ୍ର କହିଥିଲେ ଯେ, ବାଣିଜ୍ୟ ଅଧ୍ୟୟନ ହେଉଛି ସମସ୍ତ ବିଷୟର ଏକ ଅଧ୍ୟୟନ । ଆଜିର ଦିନରେ ଏହାର ଅଧିକ ଆବଶ୍ୟକତା ରହିଛି । ପ୍ରଧାନ ଶିକ୍ଷୟତ୍ରୀ ମନିସା ଜେସୱାଲ ଛାତ୍ରମାନଙ୍କୁ ଦାୟିତ୍ୱବାନ ହେବା ସହିତ ବ୍ୟକ୍ତିଗତ ଭାବରେ ବିକାଶ କରିବାକୁ ଉତ୍ସାହିତ କରିଥିଲେ । କଲେଜ ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମା ପିଲାମାନଙ୍କୁ ଆଗାମୀ ଦିନରେ ଏକ ଉଜ୍ୱଳ ଭବିଷ୍ୟତ ନିର୍ମାଣ ନିମନ୍ତେ ପରାର୍ମଶ ପ୍ରଦାନ କରିବା ସହିତ ଆଗକୁ ସଫଳତାର ସହିତ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ତୃତୀୟ ସ୍ନାତକ ଦିବସ ପାଳନ ଉପଲକ୍ଷେ ପାସ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ସହିତ ସମ୍ମାନିତ କରିଥିଲେ । ଏହାପରେ ବୃତ୍ତିଗତ ଶିକ୍ଷାରେ ପାସ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସାର୍ଟିଫିକେଟ୍‌ ପ୍ରଦାନ କରିବା ସହିତ ସମ୍ମାନିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କଲେଜର ସମସ୍ତ କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ସାହାଯ୍ୟ ସହଯୋଗ କରିଥିବାରୁ ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ଏକ ପ୍ରିତିଭୋଜର ଆୟୋଜନ ସହିତ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା ।

jay balangir
Leave A Reply

Your email address will not be published.

2 × 3 =