ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ସହରର ମହିଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୭ ତାରିଖରୁ ରାଜ୍ୟର ମୋହନ ମାଝୀଙ୍କ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ଯୋଜନା । ଉକ୍ତଦିନ ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏହି ଯୋଜନାର ଶୁଭ ଉଦ୍‌ଘାଟନ କରିବେ । ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ରହୁଥିବା ୨୧ ବର୍ଷରୁ ୬୦ ବର୍ଷ ବୟସର ସମସ୍ତ ମହିଳା ମାନଙ୍କୁ ବାର୍ଷିକ ୧୦୦୦୦ଟଙ୍କା ଆକାରରରେ ଆସନ୍ତା ୫ ବର୍ଷରେ ମୋଟ୍‌ ୫୦୦୦୦ ଟଙ୍କାର ଆର୍ଥିଙ୍କ ସହାୟତା ଯୋଗାଇ ଦିଆଯିବ । ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଦିଗରେ ମୋହନ ମାଝୀ ସରକାରଙ୍କ ଏହା ଏକ ଉତ୍ତମ ଯୋଜନା ବୋଲି କହି ଆଜି ସହରର କିଛି ମହିଳା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ଏହି ଯୋଜନା ପାଇଁ ବିଜେପି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାକ୍ଷାତ ସମୟରେ ବିଧାୟକ ଦୁର୍ଗାଚରଣ ତନ୍ତୀ ମହିଳା ମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା କରିବା ସହ ଆସନ୍ତା ଦିନରେ ସେ ସବୁ ସମସ୍ୟାର ସମାଧାନ ପାଇଁ ସେ ନିଶ୍ଚିତ ଭାବେ ପ୍ରୟାସ କରିବେ ବୋଲି ବିଧାୟକ ଶ୍ରୀ ତନ୍ତୀ ସାକ୍ଷାତ କରିବାକୁ ଆସିଥିବା ମହିଳା ମାନଙ୍କୁ ପ୍ରତିଶୃତି ଦେଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.