jsm

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆଧାରରେ ବସ୍ତିବାସିନ୍ଦାଙ୍କ ବିକାଶ କାର୍ଯ୍ୟକ୍ରମ ଆୟୋଜିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜଛକ କଲ୍ୟାଣ ମଣ୍ଡପଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆଧାରରେ ବସ୍ତିବାସିନ୍ଦାଙ୍କ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ପୌର ପରିଷଦ ୱାର୍ଡ ନଂ.୨ର କାଉନ୍‌ସିଲର୍ ସୁଶ୍ରୀ ସରିତା ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏବଂ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସଂପର୍କରେ ଅବଗତ କରାଇଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଲୋକେ କିଭଳି ସିଧାସଳଖ ସେମାନଙ୍କ ସମସ୍ତ ସମସ୍ୟର ସମାଧାନ ବାଟ ପାଉଛନ୍ତି ଏବଂ ବଲାଙ୍ଗିର ପୌରାଂଚଳର ସମସ୍ତ କ୍ଷେତ୍ରରେ କିପରି ବିକାଶ ହେଉଛି, ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡ଼ିର ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.