ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଡେଲାଙ୍ଗ ବ୍ଲକର ସଫଳତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଶିକ୍ଷାର୍ଥୀ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା ପରିଷଦ ଓ ପୁରାତନ ଛାତ୍ର ସଂସଦମାନଙ୍କୁ ଶ୍ରେଷ୍ଠତା ଭିତ୍ତିରେ ପୁରସ୍କାର ଓ ଆର୍ଥିକ ରାଶି ପ୍ରଦାନ କରି ଓଡିଶା ଶିକ୍ଷା ବ୍ୟବସ୍ଥାକୁ ସୁସଂଗଠିତ କରି ତ୍ୱରାନ୍ୱିତ କରିଛନ୍ତି । ଚଳିତ ମାସ ୧୮.୦୨:୨୦୨୪ ରବିବାର ଦିନ ଭୋଳାନାଥ ବିଦ୍ୟାପୀଠ ଠାରେ ପୁରୀ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଡେଲାଙ୍ଗ ବ୍ଲକ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦା ଶ୍ରେଷ୍ଠତା ଭିତ୍ତିରେ ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗ ଦ୍ଵିତୀୟ ଓ ବେରବୋଇ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ସେହିପରି କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ, ସବିତା ଦାସ ଶ୍ରେଷ୍ଠ ସଭାପତି ବିଦ୍ୟାଳୟ ପରିଚାଳନା ପରିଷଦ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ସଡାଙ୍ଗୋଇ ଉଚ୍ଚ ବିଦ୍ୟାଳୟର ଶ୍ରେଷ୍ଠ ପୁରାତନ ଛାତ୍ର ସଂସଦ ସଭାପତି ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ସେହିପରି ଶ୍ରେଷ୍ଠ ଗ୍ରାମ ପଂଚାୟତ ରୂପେ ଘନୀପୁର ସମ୍ବର୍ଦ୍ଧିତ ହୋଇଥିଲା । ଏକ ପୂର୍ଣ୍ଣାଙ୍ଗ (କ୍ରୀଡା ଓ ଶିକ୍ଷା)କ୍ଷେତ୍ରରେ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ଆମ ଅଂଚଳରେ ଅଗ୍ରଣୀ ଶିକ୍ଷା ମନ୍ଦିର ରୂପେ ପରିଚୟ ବଜାୟ ରଖିଛି ।

Leave A Reply

Your email address will not be published.

1 × three =