pakka

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ୧ ଗିରଫ

bbehera

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଧୀନ ବଅଁରପଳ-ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥର ରଂଜା ଛକ ନିକଟରେ ଆଜି ପୂର୍ବାହ୍ଣରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଖବର ମିଳିଛି । ଚାଲାଣ ପୂର୍ବରୁ ଦେବଗଡ଼ ବନଖଣ୍ଡ ଅଧୀନ କାର୍ଯ୍ୟରତ କର୍ମଚାରୀଙ୍କ ସହାୟତାରେ ଏସ୍‌ଟିଏଫ୍‌ ଅତର୍କିତ ଭାବେ ଚଢ଼ଉ କରି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିବା ଖବର ମିଳିଛି । ଏଥି ସହିତ ଏସ୍‌ଟିଏଫ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଅଜିତ ବାଘ (୨୬) ବୋଲି ଜଣାପଡ଼ିଛି । ତେବେ ଅଭିଯୁକ୍ତଙ୍କୁ ପାଲଲହଡ଼ା ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜୀବନ୍ତ ବଜ୍ରକାପ୍ତାକୁ ପାଲଲହଡ଼ା ବନଖଣ୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

2 × five =