mahavir

ଶତାୟୁ କଉ ଗଛ ନେବ କି ଜୀବନ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଧର୍ମଶାଳା ନିକଟରେ ତଥା ନୃସିଂହନାଥ ମନ୍ଦିର ଯିବା ବାଟରେ ଛିଡା ହୋଇଛି ଏକ ବିରାଟକାୟ ଶତାୟୁ କଉ ଗଛ । ଗଛର ନିମ୍ନଭାଗ ପୋଡି ଯାଇ ଫମ୍ଫା ହୋଇଯାଇଛି । ହେଲେ ଗଛଟି ବଂଚିଛି । ଏହି ରାସ୍ତାରେ ଗଛକୁ ବାଟୋଇମାନେ ଦେଖିଲେ ଡରୁଛନ୍ତି, କାଳେ ଗଛଟି ଭାଙ୍ଗି ପଡି଼ବ କି ? କିନ୍ତୁ ଗଛକୁ ଦୀର୍ଘ ୩୦ ବର୍ଷ ହେବ କିପରି କଟା ଯିବ ସେନେଇ ପ୍ରଶାସନକୁ ପାଇକମାଲ ସଚେତନ ନାଗରିକ ଜଣାଇ ଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି । ଗତ କିଛିଦିନ ତଳେ ପାଇକମାଲରେ ପଂଚାୟତ ସମିତି ମିଟିଂ ତଥା ପ୍ରସିଦ୍ଧ ବୈଶାଖ ମେଳା ମିଟିଂରେ ପାଇକମାଲ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଗଛଟି ଯଦି ପବନ କିମ୍ବା ବର୍ଷା ଯୋଗୁଁ ଭାଙ୍ଗି ଯାଏ, ତେବେ ଗଛ ନିକଟରେ ଥିବା ୧୧କେଭି ଓ ଏଲ୍‌ଟି ବିଦ୍ୟୁତ ତାର ଥିବା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ବୈଶାଖ ମେଳାକୁ ଏହି ବାଟ ଦେଇ ଦିନରାତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯିବା ଆସିବା କରିବେ ତେଣୁ ଏହାର ସୁବିଚାର ପ୍ରଶାସନ ଶୀଘ୍ର କଲେ ବହୁତ ଭଲ ହେବ ବୋଲି ସାମ୍ବାଦିକମାନେ ମତାମତ ଦେଇଛନ୍ତି ।

Leave A Reply

Your email address will not be published.