jsm

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

csstore

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର ରିଡିଙ୍ଗ ରୁମ ଠାରେ ଗଂଜାମ ଜିଲ୍ଲା ବିଜୁ ଛାତ୍ର ଜନତକ୍ଷ ଦଳ ପକ୍ଷରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ଜିଲ୍ଳା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ୱବାଧାନରେ ଅନୁଷ୍ଠିତ ଏହି ଶିବିରକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜୀବନ ବିନ୍ଦୁ କାର୍ୟ୍ୟକ୍ରମର ଜିଲ୍ଳା ସଂଯୋଜକ ସୁବାସ ଚନ୍ଦ୍ର ମହାରଣା, ରାଜ୍ୟ କୃଷି ବିପଣନ ନିଗମ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡି, ଉପାଧ୍ୟକ୍ଷା ଅମିତା ସାହୁ ପ୍ରମୁଖ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

yuvodaya
Leave A Reply

Your email address will not be published.