pakka

ବାଡିରୁ ମହିଳାଙ୍କୁ ଝାମ୍ପି ନେଲା ମହାବଳ : ଆତଙ୍କିତ ଗାଁ ଲୋକ

bbehera

ନୂଆପଡ଼ା, (ନିରାକାର ମେହେର) : ବାଡ଼ିକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ, ବୃଦ୍ଧାଙ୍କୁ ଟାଣିନେଇ ଖାଇଗଲା ମହାବଳ ବାଘ । ସୁନାବେଡ଼ା ଅଭୟାରଣ୍ୟ ଅଧିନ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ଟାଣି ନେଇ ଖାଇଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନାନୁଯାୟୀ, ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧିନ କୋମନା ଥାନା ଜଳମଡେଇ ଗାଁର ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ମହାବଳ ବାଘ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଛି । ବୃଦ୍ଧାଙ୍କ ନାଁ ସାନମତି ବାରିକ (୬୫ ବର୍ଷ) ବୋଲି ଜଣାପଡିଛି । ରବିବାର ସନ୍ଧ୍ୟାରେ ଜଳମଡେଇ ଗାଁର ସାନମତି ଘର ପଛପଟ ବାଡ଼ିକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ଏକ ମହାବଳ ବାଘ ଆସି ବୃଦ୍ଧାଙ୍କୁ ଟାଣି ନେଇ ଖାଇ ଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା । ଆଜି ସକାଳୁ ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିଲା । ରକ୍ତକୁ ଶୋଷି ଦେବା ସହ ଅଧା ଶରୀରକୁ ବାଘ ଖାଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

fourteen − eleven =