
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଓକିଲ ସଂଘର ସମ୍ପାଦକ ଅନିଲ କୁମାର ଦାସ, ସଭାପତି ଟି.ହରିଶ୍ଚନ୍ଦ୍ର ରାଓ, ଉପସଭାପତି ରାମକୃଷ୍ଣ ଦାସ, କୋଷାଧକ୍ଷ ମାନସ ରଞ୍ଜନ ପଣ୍ଡା, ଆଇନଜୀବୀ କୌଶିକ ସାହୁ, ପଦ୍ମ ଚରଣ ପଣ୍ଡା, ସେକ ସାଦିକ, ସୁରେନ୍ଦ୍ର କୁମାର ପାତ୍ର, ସୁବ୍ରତ ପ୍ରଧାନଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ରହି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ର ନିକଟରେ ଦୀପ ଧୂପ ପ୍ରଜ୍ୱଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ଗୌରବ ମଧୁସୂଦନ ଦାସଙ୍କ ଭାଷା ଭିତ୍ତିକ ଓଡିଶା ପ୍ରଦେଶ ଗଠନ ଦିଗରେ ଭୂମିକା ଓ ଅବଦାନ ନେଇ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ପ୍ରମୁଖ ଯୋଗ ଦେଇଥିଲେ ।