
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାର ଦିନ ନବଜ୍ୟୋତି କ୍ଲବ ସଦାଇପାଲି ତରଫରୁ ସଦାଇପାଲି ସ୍କୁଲ ପଡିଆ ଠାରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ସ୍ୱାଧିନ ଭାରତର ଆଇନମନ୍ତ୍ରୀ ଡ. ଭୀମ ରାଓ ଆମ୍ବେଦକରଙ୍କ ୧୩୬ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲା । ପଡାର ମା’, ଭଉଣୀ, ଛାତ୍ରଛାତ୍ରୀ କ୍ଲବର ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ସମାଜସେବୀ ମନୋଜ ମିଶ୍ର ମୁଖ୍ୟ ଅତିଥି, ବାସୁଦେବ ମୁଗ୍ରୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଦଳିତ ଶିକ୍ଷକ ସଂଘର ପୂର୍ବତନ ସଭାପତି ସମ୍ମାନିତ ଅତିଥି ଓ ଆଇନଜୀବୀ ଅର୍ଜୁନ ମୁଗ୍ରୀ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ ଓ ସ୍ୱତନ୍ତ୍ର ଅତିଥି ଭାବେ ସୁଦାମ ଦୀପ ମଂଚାସୀନ ଥିଲେ । ବକ୍ତାମାନେ ଆମ୍ବେଦକରଙ୍କ ଜୀବନୀ ଦେଶ ପ୍ରତି କରିଥିବା କର୍ତ୍ତବ୍ୟ ଓ ସମ୍ବିଧାନ ପ୍ରଣେତା ଭାବେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ଋଷିକେଶ ମୁଗ୍ରୀ ସଭା ପରିଚାଳନା କରିଥିଲେ ଓ ରାଜେନ୍ଦ୍ର ରାଏ ଧନ୍ୟବାଦ ଅର୍ପଣ କରିଥିଲେ ।