mahavir

ଉପାୟ ଅନୁଷ୍ଠାନର ଆମ୍ବେଦକର ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମରେ ୧୩୫ତମ ଡ଼. ବି ଆର ଆମ୍ବେଦକର ଜୟନ୍ତୀ ମାଣ୍ଡୋସିଲ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାଣ୍ଡୋସିଲ ମଣ୍ଡଳର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତ୍ରିପୁରା ବରିହା, ମୁଖ୍ୟ ବକ୍ତା ଆଦର୍ଶ ଶିକ୍ଷକ ସଞ୍ଜୟ ମୁନା, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ପାଇକମାଲ ସରପଞ୍ଚ ପ୍ରତିନିଧି ଧନ ସିଂ ତାଣ୍ଡି ଉପସ୍ଥିତ ଥିଲେ । ପ୍ରଥମେ ଡ଼. ବି ଆର ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତାପରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼. ଲଳିତ ଜଗତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁତ ଶିକ୍ଷାବିତ, ସମାଜସେବୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡ଼. ଲଳିତ ଜଗତଙ୍କ ନିର୍ଦେଶନାରେ ଆରମ୍ଭ ହୋଇଥିଲା ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସହଯୋଗ କରିଥିଲେ ପବିତ୍ର ସାଗର, ଶଙ୍କର୍ଷଣ କନ୍ଧେର, ବାଲେକ ରାମ ବେନିଆ, ସୁରେନ୍ଦ୍ର ପାତ୍ର, ଚନ୍ଦ୍ର ମାଝୀ, ପଞ୍ଚନ ଜଗତ, ଶୁଭ୍ରାଂଶୁ ଜଗତ, ପ୍ରିୟାଂଶୁ ଜଗତ, ରାକେଶ ଜଗତ ଓ ତାନିଆ ଜଗତ । ପରିଶେଷରେ ନବୀନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.