
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଉତ୍ସବ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛିଫ ମୁଖ୍ୟ ଅତିଥି ପ୍ରାଣ ବଲ୍ଲଭ ତ୍ରିପାଠୀ ଦୀପ ପ୍ରଜ୍ୱଳନ କରି ହନୁମାନଜୀଙ୍କ ପୂଜା ପରେ ସାମୁହିକ ଭାବେ ହନୁମାନ ଚାଳିଶା ପଠନ କରାଯାଇଥିଲା । ମୁଖ୍ୟବକ୍ତା ନବୀନ କୁମାର ବେଦବାକ ସଂକଟ ମୋଚନ ଅନୁମାନଙ୍କ ଜୀବନୀ ଓ ବିଭିନ୍ନ ଚରିତ୍ରର ଦୃଷ୍ଟାନ୍ତ ଦେଇଥିଲେ । ସମ୍ପାଦକ ରାଜ କିଶୋର ପଣ୍ଡା ବିଷୁବ ସଂକ୍ରାନ୍ତି ଓ ଜନଜୀବନ ଉପରେ ଏହାର ପ୍ରଭାବ ନେଇ ମତ ପ୍ରକାଶ କରିଥିଲେ । ଏହି ଅଧିବେଶନରେ ବ୍ରଜକିଶୋର ପଣ୍ଡା, ସିତାଂଶୁ ଶେଖର ନାୟକ, ପର୍ଶୁରାମ ନାୟକ, କେଶବ ଚନ୍ଦ୍ର ମିଶ୍ର, କିଶୋର ମୋହନ ମିଶ୍ର, ସଂକୀର୍ତ୍ତନ ତ୍ରିପାଠୀ ଅଂଶଗ୍ରହଣ କରି ନିଜସ୍ୱ ମତ ପ୍ରକାଶ କରିଥିଲେ । ଶେଷରେ ସଭାପତିଙ୍କ ଭାଷଣ ପରେ ପର୍ଶୁରାମ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।