pakka

ସମଲେଶ୍ୱରୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ସମଲେଶ୍ୱରୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କୃଷ୍ଣ ଓ ରାଧା ବେଶରେ ଦେଖିବାକୁ ମିଳିଥିଲା ଓ ଏହି ବେଶରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ଗୁରୁଜୀ ଗୁରୁମାମାନଙ୍କ ସହିତ କୃଷ୍ଣ ଭଜନ ଗାନ କରି ସମଗ୍ର ରାମଚନ୍ଦ୍ରପୁର ଗ୍ରାମ ପରିକ୍ରମା କରିଥିଲେ ଓ ଶେଷରେ ରାମଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଥିଲେ ଓ ସେଠାରେ ପୂଜାର୍ଚ୍ଚନା ପରେ ପୁନଶ୍ଚ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଗୁରୁଜୀ ଜୀବନାନନ୍ଦ ବାଗ, ଗୁରୁମା ପଦ୍ମା କୁଅଁର, ଦିଲେଶ୍ୱରୀ ଧରୁଆ, ବାସନ୍ତୀ ନାଗ, ଫୁଲମତି ମାଝୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । କୋଭିଡ କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ହେବ ସ୍କୁଲରେ ଜନ୍ମାଷ୍ଟମୀ ଅନୁଷ୍ଠିତ ହୋଇପାରୁ ନଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଉଠିବା ପରେ ଛାତ୍ରଛାତ୍ରୀ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

jay balangir
Leave A Reply

Your email address will not be published.

fifteen − 15 =

error: Content is protected !!