
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଟିଟିଲାଗଡ ସହର ଚଳଚଞ୍ଚଳ ହୋଇ ଉଠିଥିଲା । ଟିଟିଲାଗଡ ଠିକାଦାରପଡ଼ା ଠାରେ ଥିବା ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିରକୁ ଫୁଲ ଏବଂ ଲାଇଟ ଦ୍ୱାରା ଅତି ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଥିଲା । ସନ୍ଧ୍ୟା ସମୟରେ ପ୍ରବଳ ଭିଡ ଜମିଥିଲା । ବହୁ ପରିବାର ନିଜର ପୁଅ ଝିଅଙ୍କୁ ରାଧା କୃଷ୍ଣ ବେଶରେ ସଜାଇ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଦର୍ଶନ କରାଇବା ପାଇଁ ମନ୍ଦିରକୁ ଆଣିଥିଲେ । ତେବେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରଭୁ ରାଧାକୃଷ୍ଣଙ୍କୁ ବହୁତ୍ ସୁନ୍ଦର ସଜାଇବା ସହ ଗୋପାଳଙ୍କୁ ଭକ୍ତମାନେ ଝୁଲାରେ ଝୁଲାଇ ସୌଭାଗ୍ୟ ଅର୍ଜନ କରିଥିଲେ । ତେବେ ରାତିରେ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା ଓ ଆଜି ନନ୍ଦଉତ୍ସବ ପାଳନ କରାଯିବ ବୋଲି କମିଟିର ସଭାପତି ପ୍ରକାଶ ଅଗ୍ରୱାଲସୂଚନା ଦେଇଛନ୍ତି ।