pakka

ମାଓ ଅଂଚଳରେ ବଲାଙ୍ଗିର ପୋଲିସର ଜନ ସଂପର୍କ ଶିବିର : ପୋଲିସ ଜନତା ମଧ୍ୟରେ ବନ୍ଧୁତା କିକ୍ରେଟ ମ୍ୟାଚ

bbehera
  • ପୋଲିସ ଦ୍ୱାରା ବୃଦ୍ଧାବୃଦ୍ଧଙ୍କୁ ଶୀତବସ୍ତ୍ର, ଛତା, ମଶାରୀ, ସ୍କୁଲ ଛାତ୍ରୀଛାତ୍ରଙ୍କ ପାଠ୍ୟ ଉପକରଣ ବଂଟନ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧୀନସ୍ଥ ମାଓ ପ୍ରଭାବିତ ମହଖଣ୍ଡ ପଂଚାୟତ ସଦର ଗ୍ରାମରେ ବଲାଙ୍ଗିର ପୋଲିସ ଦ୍ୱାରା ଜନ ସଂପର୍କ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ପୋଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମାଓ ପ୍ରଭାବିତ ମହଖଣ୍ଡ ପଂଚାୟତର ମହଖଣ୍ଡ, ଗଡିଆଯୋର, ଭରୁଆକାନି, କଦଲିପାଲି, ନାନ୍ଦୋଲ, ସଂଧିବାହାଲି ତଥା ନିକଟସ୍ଥ ପଂଚାୟତର ଗାଁ ଗାଁର ଜନସାଧାରଣ ଏହି ପୋଲିସ ଜନତା ଜନ ସଂପର୍କ ଶିବିରରେ ସାମିଲ ହୋଇଥିଲେ । ପୋଲିସ ଜନତା ପାଇଁ କି ପ୍ରକାର ସେବା ଯୋଗାଇ ଥାଏ, ସେ ଉପରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି ଏହି ଶିବିରରେ । ଏପରିକି ଜନସାଧାରଣଙ୍କ ପାଇଁ ପୋଲିସ ସବୁ ବେଳେ ରହିଛି, ରହିବ । ସେମାନଙ୍କ ପାଇଁ ପୋଲିସ ସେବା ଦେବ ବୋଲି ସୂଚନା ଦିଆଯାଇଛି । ଏହି ଜନ ସଂପର୍କ ଶିବିରରେ ନିକଟସ୍ଥ ହାଇସ୍କୁଲ ଖେଲପଡିଆରେ ମହଖଣ୍ଡ, କଦଲିପାଲି, ଗଡିଆଯୋର, ଭରୁଆକାନି, ନାନ୍ଦୋଲ ଏବଂ ପୋଲିସ ଟିମ ମଧ୍ୟରେ ବନ୍ଧୁତା କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା ।

ବିଜୟୀ ୱିନର ମହଖଣ୍ଡ ଓ ରନର ଭରୁଆକାନୀ ଟିମକୁ ୱିନର ଓ ରନର ଟ୍ରଫି ପ୍ରଦାନ କରାଯାଇଛି । ଏପରିକି ସମସ୍ତ ଅଂଶୀଦାର ଟିମ୍‌ ମାନଙ୍କୁ ଖେଳ ସାମଗ୍ରୀ, ଜର୍ସି ପୁରସ୍କୃତ କରିବା ସହ ଉପସ୍ଥିତ ଶତାଧିକ ବୃଦ୍ଧାବୃଦ୍ଧ ମାନଙ୍କୁ ଶୀତବସ୍ତ୍ର କମ୍ବଳ, ଛତା, ମଶାରୀ ସହ ସ୍କୁଲ ଛାତ୍ରୀଛାତ୍ର ମାନଙ୍କୁ ପଠନ ସାମଗ୍ରୀ ସ୍କୁଲ ବ୍ୟାଗ, ବହି, ଖାତା, ପାଣି ବୋତଲ ପ୍ରଦାନ କରାଯାଇଛି । ଏହି ଅବସରରେ କଂଟାବାଂଜି ଥାନା ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ତୁରେକେଲା ଥାନା ଆଇ.ଆଇ.ସି. ପ୍ରଣୟ ମୁର୍ମୁ, ସବ ଇନ୍ସପେକ୍ଟର ଦୀପକ ଡୁଙ୍ଗଡୁଙ୍ଗଙ୍କ ସହ ତୁରେକେଲା ଏବଂ କଂଟାବାଂଜି ପୋଲିସ ସାମିଲ ଥିବାବେଳେ ମହଖଣ୍ଡ ପଂଚାୟତର ସମସ୍ତ ଗ୍ରାମର ଜନସାଧାରଣ ସଂପର୍କ ଶିବିରରେ ସାମିଲ ହୋଇ ପୋଲିସକୁ ସହଯୋଗ କରିଥିବାରୁ ଥାନା ଆଇଆଇସି. ଶ୍ରୀ ମୁର୍ମୁ ମହଖଣ୍ଡ ପଂଚାୟତବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

twenty − two =