pakka

ଆଇନ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟଠାରେ ଶେଷ ବର୍ଷ ଛାତ୍ରମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜି ଚତୁର୍ଥ ସେମିଷ୍ଟାର ପରୀକ୍ଷା ଶେଷ ହେବା ପରେ ଅନୁଷ୍ଠାନର ଅଧ୍ୟକ୍ଷ ସଂଜିବ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଇନ ଶିକ୍ଷାର ବିଭିନ୍ନ ଦିଗ ଓ ଭବିଷ୍ୟତ ଉପରେ ଆଲୋଚନା ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ରୂପେ ସୋନପୁରର ବରିଷ୍ଠ ଆଇନଜୀବୀ ତଥା ବିଏମ୍‌ପୁର ବାର ଏସୋସିଏସନ୍‌ର ସଭାପତି ରାଧାକାନ୍ତ ମହାକୁର ଯୋଗଦେଇ ଆଇନ ଉପରେ ପରିଶ୍ରମ କରି ସମ୍ପୂର୍ଣ୍ଣ ଧାରଣା ରଖିଲେ ଉତ୍ତମ ସେବା ଯୋଗାଇ ଦେଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ କୃଷ୍ଣ କିଶୋର ଆଚାର୍ଯ୍ୟ, ଅନିମା ମିଶ୍ର ଓ ଅନିବେଶ ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଛାତ୍ର ପ୍ରତିନିଧି ମନୋରଂଜନ ସାହୁ ଆଲୋଚନାରେ ଅଂଶଗ୍ରହଣ କରି କଲେଜ ଓ ଶିକ୍ଷକମାନଙ୍କର ଭୂମିକା ଉପରେ ମନେ ପକାଇ ଏକ ଭଲ ଆଇନଜୀବୀ ହେଲେ ଏକ ଉତ୍ତମ ସମାଜ ଓ ଦେଶ ଗଠନ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଛାତ୍ର ବିନୋଦ କୁମାର କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲେ । ଏହି ସମାବେଶକୁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

six − two =