oom

ବଲାଙ୍ଗିର ଓପନ୍‌ ଫାଏଡ୍‌ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ୍‌ ଦ୍ୱାରା ଆୟୋଜିତ ପ୍ରଥମ ବଲାଙ୍ଗିର ଓପନ୍‌ ଫିଡେ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ସୁଦପଡା ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ଜିଲ୍ଲାର ଚଞ୍ଚଳ ରାଣା ଡିସିଏବିର ଏଭଳି ଆୟୋଜନକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଜିଲ୍ଲାରୁ ଭଲ ଚେସ୍‌ ଖେଳାଳି ବାହାରିବେ ବୋଲି ଆଶା କରିଥିଲେ । ପ୍ରଶାସନ ତରଫରୁ ଜିଲ୍ଲାରେ କ୍ରିଡାର ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଥିବା କଥା ସେ ପ୍ରକାଶ କରିଥିଲେ । ଏହି ଅବସରରେ ବୌଦ୍ଧ, ସୋନପୁର, ଝାରସୁଗୁଡା, ସମ୍ବଲପୁର, କେନ୍ଦ୍ରାପଡା, ସୁନ୍ଦରଗଡ ଜିଲ୍ଲା ଚେସ୍‌ ଏସୋସିଏସନ୍‌ର ସଂପାଦକମାନେ ଚିଫ୍‌ ଆର୍ଜିଟର ଉବେଶ ମହାନ୍ତି, କୈ÷ଳାସ ମିଶ୍ର, ସୁକଦେବ ଗୁରୁ ମଞ୍ଚାସୀନ ଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢେ ସଭାରେ ପୌରହିତ୍ୟ କରିଥିବା ବେଳେ କ୍ଷୀରୋଦ୍ର କୁମାର ଦଲାଇ ସ୍ୱାଗତ ଭାଷଣ ଦେଇଥିଲେ । ପରେ ପରେ ଜିଲ୍ଲାପାଳ ଶ୍ରୀ ରାଣା, ପ୍ରିୟବ୍ରତ ପଣ୍ଡାଙ୍କ ସହ ଚେସ୍‌ ଖେଳି ପ୍ରତିଯୋଗିତାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ବିଶ୍ୱ ରଂଜନ ଡାକୁଆ, ସରୋଜକାନ୍ତ ବେହେରା, ମନୋଜ କୁମାର ସାହୁ, ରାଜେଶ ପାଣିଗ୍ରାହୀ, ଶେଷଦେବ ନାଏକ, କରୁଣାକର ପାତ୍ର ପ୍ରମୁଖ ସଦସ୍ୟବୃନ୍ଦ ଏହାକୁ ଆୟୋଜନ କରିଥିଲେ ଏବଂ ସୁଦପଡା ଯୁବକ ସଂଘର ସଭ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.