ଜଳିଗଲା ଚଳନ୍ତା ବସ୍‌ ରୁଦ୍ରକାଳୀ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୁଲବାଣୀ : ଜଳିଗଲା ଚଳନ୍ତା ବସ୍‌ ବୋଲି ଖବର ମିଲିଛି ସୂଚନା ଯୋଗ୍ୟ ଯେ, ଆଜି ସକାଳେ ‘ରୁଦ୍ରକାଳୀ’ ନାମକ ଏକ ଘରୋଇ ବସ୍‌ଟି ଏମ୍‌ ରାମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗିବାଡି ଛକରେ ନିଆଁ ଲାଗିଯାଇଥିଲା । ଏହି ବସ୍‌ଟି ଦାରିଙ୍ଗିବାଡି ଛକ ଦେଇ ଯାଉଥିବା ବେଳେ ବସ୍‌ରୁ ଧୂଆଁ ବାହାରିବା ଦେଖି ଡ୍ରାଇଭର୍‌ ବସ୍‌ ଅଟକାଇ ଚିତ୍କାର କରି ବସ୍‌ରେ ବସିଥିବା ପ୍ରାୟ ୩୦ଜଣ ଯାତ୍ରୀମାନଙ୍କୁ ସତର୍କ କରାଇ ଦେଇଥିଲେ । ତେଣୁ, ଯାତ୍ରୀମାନେ ବସ୍‌ର୍‌ୁ ଓହ୍ଲାଇ ପଡିଥିଲେ । ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ଖବର ପାଇ ବାଲିଗୁଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଲନ୍ତା ବସ୍‌ରୁ ନିଆଁ ଲିଭାଇଥିଲେ ।

Leave A Reply

Your email address will not be published.