csstore

ଘର ବାହାରେ ଥିବା ଅଟୋକୁ ଜାଳି ଦେଲେ ଦୁବୃର୍ତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡ଼ାଠାରେ ଦୁର୍ବୃତ୍ତ ମାନେ କଳାକନା ବୁଲାଇବାକୁ ଆସି ଏକ ଅଟୋ ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ସହରର ମାଲପଡାର ଅବନୀ କୁମାର କର ରାତିରେ ନିଜ ଘର ବାହାରେ ଅଟୋ ରଖିଥିବା ବେଳେ କେହି ଦୁବୃର୍ତ୍ତ ବିଲମ୍ବିତ ରାତିରେ ତାଙ୍କର ଘରକୁ ପଶିବାକୁ ଉଦ୍ୟମ କରିଥିଲେ । ହେଲେ ସଫଳ ହୋଇ ପାରିନଥିବା ବେଳେ ଘର ବାହାରେ ଥିବା ତାଙ୍କ ଅଟୋକୁ ଜାଳି ଦେଇ ଫେରାର୍‌ ମାରିଥିଲେ । ଏହାକୁ ନେଇ ଅବନୀ ଅଭିଯୋଗ କରିବା ସହ ଯେଉଁ ଅଟୋକୁ ଦୃବୁର୍ତ୍ତମାନେ ଜାଳି ଦେଇ ଫେରାର୍‌ ମାରିଛନ୍ତି ସେହି ଅଟୋକୁ ଅବନୀ କୋରୋନା ସମୟରେ ଧାର କରଜ କରି କିଣିଥିଲେ ଏବଂ ଏହି ଅଟୋରେ ହିିଁ ସେ ତାଙ୍କର ପରିବାର ପ୍ରତିପୋଷଣ କରନ୍ତି ଏଥିପାଇଁ ଦୁବୃର୍ତ୍ତମାନଙ୍କୁ ଧରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ପୋଲିସ ବୋଲି ଅବନୀ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.