pakka

ବଲାଙ୍ଗିର ସହର ଭିତରେ ଜଳବନ୍ଦୀ ଅବସ୍ଥାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହରର ଅବସ୍ଥା ବେହାଲ୍‌ ହୋଇପଡ଼ିଛି । କାହା ଘରେ ପାଣି ପଶିଛି ତ’ ଆଉ କିଏ ଡ୍ରେନ୍‌ ଅବ୍ୟବସ୍ଥା ଯୋଗୁଁ ରାସ୍ତା ଉପରେ ଆଣ୍ଠୁଏ ପାଣି ବହୁଥିବାରୁ ଘରୁ ବାହାରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛି । ଏହି କ୍ରମରେ ବଲାଙ୍ଗିର ସହର ଭିତରେ ପେଲେସ୍‌ ଲାଇନ୍‌ ସ୍ଥିତ ଇଲେକ୍ଟ୍ରି ଅଫିସ୍‌ ସାମ୍ନାରେ ରହିଥିବା ଗଳି ରାସ୍ତା ପ୍ରବଳ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିବା ବେଳେ ଏହି ଗଳି ଭିତରେ ରହୁଥିବା ପରିବାରମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏହି ଗଳିରେ ନିଜ ପରିବାର ସହ ରହୁଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଭିଯୋଗ କରିଛନ୍ତି ଯେ, ଦୁଇ ଦିନ ହେବ ତାଙ୍କ ଘର ସାମ୍ନାରେ ଜମି ରହିଛି ଅସମ୍ଭାଳ ବର୍ଷା ପାଣି । ଏଥିଯୋଗୁଁ ସେମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

16 + 13 =

error: Content is protected !!