pr

ସ୍ୱର୍ଗତ ଅଣାକାର ଜଗଦଲା ସ୍ମାରକୀ ନାଇଟ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ

dr. purohit
  • ଘଣ୍ଟବାହାଲ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ପଞ୍ଚାୟତ ଘଣ୍ଟବାହାଲ ଖେଳ ପଡିଆରେ ଚାଲିଥିବା ସ୍ୱର୍ଗତ ଅଣାକାର ଜଗଦଲା ସ୍ମାରକୀ ୧୦ମ ନାଇଟ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆୟୋଜକ ଜେଏଚସିସି ଘଣ୍ଟବାହାଲ ପକ୍ଷରୁ ଗତ ୨୦ ତାରିଖରୁସ୍ୱର୍ଗତ ଅଣାକାର ଜଗଦଲା ସ୍ମାରକୀ ନାଇଟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା ବେଳେ ଏହା ଉଦଯାପିତ ହୋଇଯାଇଛି । ଉଦଯାପନୀ ତଥା ଫାଇନାଲ ମ୍ୟାଚ୍ ଆୟୋଜକ ଘଣ୍ଟବାହାଲ ଦଳ ଓ ଯମୁନା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଘଣ୍ଟବାହାଲ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା ବେଳେ ଯମୁନା ଦଳ ରନର୍ସ ଅପ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସୋନପୁର ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ, ସମ୍ମାନିତ ଅତିଥିଭାବେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ବୀର ମହାରାଜପୁର ମଣ୍ଡଳ ସଭାପତି ତଥା ସ୍ୱର୍ଗତ ଜଗଦଲାଙ୍କ ସାନପୁଅ ସୁମନ୍ତ ଜଗଦଲା, ସଦର ପଞ୍ଚାୟତ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସ୍ୱର୍ଗତ ଜଗଦଲାଙ୍କ ଧର୍ମପତ୍ନୀ ସବିତା ଜଗଦଲା, ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନର କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି, ସତ୍ୟବ୍ରତ ମିଶ୍ର, ରବୀନ୍ଦ୍ରନାଥ ପଣ୍ଡା, ରାଜୀବ ମହାନ୍ତି, ବରୁଣ ବାଗ, ବିଭୀଷଣ ଛୁରା ଓ ଅନ୍ତ ଛୁରା ପ୍ରମୁଖ ଯୋଗ ଦେଇଥିଲେ । ଏହି କ୍ରିକେଟ୍ ପ୍ରତିଯୋଗିତାକୁ ଜିଲ୍ଲାସ୍ତରୀୟ କରିବା ପାଇଁ ଅତିଥି ରୂପେ ଯୋଗଦେଇଥିବା ଦୁଇ ଜିଲ୍ଲା ସଭାପତି ଆଗ୍ରହ ପ୍ରକାଶ କରିଥିଲେ । ଏହି ପ୍ରତିଯୋଗିତା ଆୟୋଜନରେ ଆୟୋଜକ କମିଟିର ସୁରେନ୍ଦ୍ର ଛୁରା, ପିଣ୍ଟୁ ଛୁରା, ରାଜୀବ ଛୁରା, କୁମରମଣୀ ଛୁରା, ଅର୍ଜୁନ ଛୁରା, ରାଜେଶ ଛୁରାଙ୍କ ସହ ସମସ୍ତ କ୍ରିକେଟ ପ୍ରେମୀ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.