pakka

କାଲିମେଳା ଦୟାଲତୁଙ୍ଗ ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ

bbehera

କାଲିମେଳା : ନିର୍ବାଚନ ପୂର୍ବରୁ ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା । ଆନ୍ଧ୍ରପ୍ରଦେଶ ଓଡିଶା ସୀମା ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଥିବା ଖବର ମିଳିଛି । କାଲିମେଳା ଥାନା ଅନ୍ତର୍ଗତ ଦୟାଲତୁଙ୍ଗ ଜଙ୍ଗଲରୁ ପୁଲିସ୍‌ ଏହି ବିସ୍ଫୋରକ ଜବତ କରିଥିବା ଜଣା ପଡିଛି । ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୧୨ଟି ଲ୍ୟାଣ୍ଡମାଇନ୍, ୧୯୦ ଟି ଜିଲଟିନ୍ ଷ୍ଟିକ ରହିଥିବା ପୁଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କୁମ୍ବିଂ ବେଳେ ଡିଭିଏଫ୍‌ ଯବାନଙ୍କ ଦ୍ୱାରା ଏହି ବିସ୍ଫୋରକ ଜବତ କରାଯାଇଛି । ଗୁଇନ୍ଦା ଗୁପ୍ତ ସୂଚନା ଆଧାରରେ ପୁଲିସ୍ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା ।

jay balangir
Leave A Reply

Your email address will not be published.

four − 3 =