୨୧.୫ କେଜିର ଗଞ୍ଜେଇ ଜବତ : ୨ ଗିରଫ

ଭୁବନେଶ୍ୱର : ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍‌ ଆଇଜିକେସି ହସ୍ପିଟାଲ ସନ୍ନିକଟ ଘାଟିକିଆ ସର୍ଭିସ ରୋଡ଼ରେ ଅତର୍କିତ ଚଢଉ କରିଥିଲା । ଏକ ବୋଲେରୋ ଗାଡିରେ କନ୍ଧମାଳ ଅଞ୍ଚଳରୁ ଭୁବନେଶ୍ୱର ସହରକୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିଲେ ୨ ବ୍ୟକ୍ତି । ପୋଲିସ ତଲାସି ସମୟରେ ଉକ୍ତ ବୋଲେରୋ ଗାଡ଼ିରୁ ମୋଟ ୨୧.୫ କେଜି ଓଜନର ଗଞ୍ଜେଇ ଜବତ କରିଥିଲେ । ତଦନ୍ତ ସମୟରେ ଉଭୟ ଅଭିଯୁକ୍ତ, ଏହି ଗଞ୍ଜେଇକୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ଭୁବନେଶ୍ୱର ସହରରେ ବିକ୍ରି କରିବା ଲାଗି ଆଣୁଥିବା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୋଲିସ ଏକ ବେଆଇନ ଗଞ୍ଜେଇ ବିକ୍ରୟ ଜନିତ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.

eighteen − fifteen =