jayashree

ରାଉରକେଲା ବନଖଣ୍ଡ ପକ୍ଷରୁ ବଡ ଧରପଗଡ଼, ୫ଟି ବାଲି ବୋଝେଇ ଟ୍ରକ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଆଇନ ବାଲି ଚାଲାଣ ଉପରେ ରାଉରକେଲା ବନ ବିଭାଗର ବଡ ଚଢାଉ । ଗତକାଲି ବିଳମ୍ବିତ ରାତିରେ ବନଖଣ୍ଡ ପକ୍ଷରୁ ୫ଟି ବାଲି ବୋଝେଇ ଗାଡି ଜବତ କରାଯାଇଛି । ସୂଚନା ଅନୁସାରେ, ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ନଦୀ ପଠାରୁ ବାଲି ଉତ୍ତୋଳନ ଉପରେ ସରକାରୀ କଟକଣା ରହିଛି । ଏହି ନିଷେଧାଜ୍ଞାକୁ ଖାତିର ନ କରି ବିଶ୍ରା ବ୍ଲକ ଅନ୍ତର୍ଗତ ତେତେରକେଲା ନଦୀ ପଠାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଟ୍ରକରେ ଲୋଡ଼ ହୋଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ଡିଏଫ୍‌ଓ ରବିକାନ୍ତ ମୀନା ନିଜେ ଗତ ରାତିରେ ଅତର୍କିତ ଯାଞ୍ଚ କରି ଗାଡି ଗୁଡିକୁ ଜବତ କରିଥିଲେ । ଆଜି ଏହି ଘଟଣା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍‌ଓ ରବିକାନ୍ତ ମୀନା ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ଜବତ ଗାଡି ବିରୁଦ୍ଧରେ ବନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.