ବନ ବିଭାଗ ‌ଦ୍ୱାରା କଞ୍ଚା ବାର୍ହା ମାଂସ ଜବତ୍‌ କରିବା ସହ ବାପ ପୁଅ ଗିରଫ

ବୋୖଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ସାନଛେପାପାଲି ଗାଁରୁ ବନ ବିଭାଗ ଦ୍ୱାରା କଞ୍ଚା ବାର୍ହା ମାଂସ ଜବତ୍‌ କରିବା ସହ ବାପ ପୁଅଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବାପ ହରିଶ୍ଚନ୍ଦ୍ର ଦେହୁରୀ ଓ ପୁଅ ଶ୍ରୀଧର ଦେହୁରୀ ।

ସେମାନେ ନିକଟସ୍ଥ ରେଙ୍ଗାଲି ସଂରକ୍ଷିତ ଜଙ୍ଗଲରେ ବାର୍ହା ଶିକାର କରି ନିଜ ଗାଁରେ ଘରେ ରଖିଥିବା ସମୟରେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ାଉ କରିବା ସହ ୬ କିଲୋ ବାର୍ହା ମାଂସ ଜବତ କରିଥିଲା । ଗିରଫ ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.