ଲାଚନୀଗୁଡା ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ : ୮ ଖଣ୍ଡ ଶାଳ ପଟା, ଶାଳଗଛ ଓ କରତ ଜବତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ଼ ବନ ବିଭାଗର ଦକ୍ଷିଣ ଉପଖଣ୍ଡ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡର ପାଦଦେଶର ହରଡ଼ାଗୁଡା ଓ ତାଡିଝୁଲା ମଝିରେ ଥିବା ଲାଚନୀଗୁଡା ସଂରକ୍ଷିତ ଜଙ୍ଗଲରେ ଶାଳଗଛ କାଟୁଥିବା ବେଳେ ବନ ବିଭାଗ ଚଢାଉ କରି ଶାଳପଟା ଓ ଗଛକୁ ଜବତ କରିଛି ।

ପ୍ରକାଶ ଯେ, ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା ଲାଚନୀଗୁଡା ସଂରକ୍ଷିତ ଜଙ୍ଗଲରୁ ଦୁର୍ବୁତ୍ତ ମାନେ ଶାଳ ଗଛକାଟି ପଟା ତିଆରି କରୁଥିଲେ । ଏହି ସମୟରେ ଲାଞ୍ଜିଗଡ଼ ବନ ବିଭାଗ ଖବର ପାଇ ବନରକ୍ଷୀ ବିଭୂତି ଭୂଷଣ ନାଏକ, ଫରେଷ୍ଟ ଗାର୍ଡ ବିରଞ୍ଚି ନାରାୟଣ ପଣ୍ଡା ଓ ସ୍କୁଆଡ଼ଙ୍କ ସହିତ ଚଢ଼ଉ କରିଥିଲେ। ହେଲେ ଘଟଣା ସ୍ଥଳରୁ ଦୁର୍ବୁତ୍ତ ମାନେ ଖସି ଯାଇଥିଲେ । ବନ ବିଭାଗ ଆଠ ଖଣ୍ଡ ଶାଳ ପଟା, ୪ ଗୋଟି ଶାଳଗଛ ଓ ଗୋଟିଏ ଗଛ କଟା କରତ (ଆରି) ଜବତ କରିଛନ୍ତି । ବନ ବିଭାଗ ଦ୍ବାରା ଶାଳ ପଟା ଓ ୪ ଖଣ୍ଡ ଶାଳ ଗଛକୁ ତ୍ରିଲୋଚନପୁର ଗ୍ରାମର ଏକ ଟ୍ରାକ୍ଟର ଦ୍ବାରା ଲାଞ୍ଜିଗଡ଼ ବନ ବିଭାଗ କାର୍ୟ୍ୟାଳୟକୁ ଅଣାଯାଇଛି । ପ୍ରତି ବର୍ଷ ବନ ବିଭାଗ ଦ୍ଵାରା ହଜାର ହଜାର ଚାରା ରୋପଣ କରାଯାଉଛି । କିନ୍ତୁଏହି ଦୁର୍ବୁତ୍ତ ମାନେ କେତେ ବର୍ଷ ହେଲା ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଳଗଛ କାଟି ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଶାଳ ପଟା ଚାଲାଣ କରୁଥିବା ବେଳେ ତ୍ରିଲୋଚନପୁର ଅଞ୍ଚଳର ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଏ ସମ୍ପର୍କରେ ଲାଞ୍ଜିଗଡ଼ ବନପାଳ ବୃଷବ ବେଶ୍ରାଙ୍କୁ ପଚାରିବାରୁ ଆମ ବନରକ୍ଷୀ ବିଭୁତି ନାଏକ ଓ ଗାର୍ଡ ବିରଞ୍ଚି ପଣ୍ଡା ଘଟଣା ସ୍ଥଳକୁ ଯାଇ ଜବତ କରିଛନ୍ତି । ମୋତେ କେସ କାଟି ଦେଇନାହାନ୍ତି ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.