ଆରମ୍ଭ ହେବ ବରଗଡ଼ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆରମ୍ଭ ହେବ ବରଗଡ଼ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ । ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସୂଚନାଯୋଗ୍ୟ ଯେ, ବରଗଡ଼ରେ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌‌ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ ମାସରେ ଘୋଷଣା କରିଥିଲେ । ଏହି ହସ୍‌ପିଟାଲ୍‌କୁ ତୁରନ୍ତ କାର୍ୟ୍ୟକ୍ଷମ କରିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଦେଖାଯାଇଛି । ଭର୍ଚୁଆଲ୍‌ ମାଧ୍ୟମ‌ରେ ଅନୁ‌ଷ୍ଠିତ ହୋଇଥିବା ବୈଠକ ଅନୁସାରେ ୫୦ ଶଯ୍ୟା ବିଶିଷ୍ଟ ବରଗଡ଼ର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌ରେ କ୍ୟାନ୍‌ସର୍‌ କେୟାର୍‌ ହସ୍‌ପିଟାଲ୍‌ ପ୍ରତିଷ୍ଠା ହେବ ।

Leave A Reply

Your email address will not be published.